ବସ ଦୁର୍ଘଟଣାରେ ୧୫ ଜଣ ଛାତ୍ରଙ୍କର ମୃତ୍ୟୁ

0 24

ଇମ୍ଫାଲ: ଆଜି ମଣିପୁରର ନୋନି ଜିଲ୍ଲାରେ ଏକ ବଡଧରଣର ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ୧୫ରୁ ଅଧିକ ଛାତ୍ରଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି । ଛାତ୍ରମାନଙ୍କୁ ନେଇ ଯାଉଥିବା ଦୁଇଟି ବସ୍‌ ନିୟନ୍ତ୍ରଣ ହରାଇବା ପରେ ଏହି ଦୁର୍ଘଟଣା ଘଟିଛି । ବସ ଦୁଇଟି ନିୟନ୍ତ୍ରଣ ହରାଇ ଓଲଟି ପଡିଥିବାବେଳେ ୧୫ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବାର ଆଶଙ୍କା କରାଯାଉଛି । ମଣିପୁରର ନୋନି ଜିଲ୍ଲାର ବିଷ୍ଣୁପୁର-ଖୋପୁମ୍‌ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଦୁଇଟି ବସ୍‌ ୟାରିପୋକର ଥାମ୍ବଲାନୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଥିଲା । ଉଭୟ ବସ୍‌ରେ ସ୍କୁଲ ପିଲା ଥିଲେ । ଷ୍ଟଡିଟୁର ପାଇଁ ବସ୍‌ ଗୁଡିକ ଖୋପୁମ୍‌ ଅଭିମୁଖେ ଯାଉଥିଲେ । ଏହି ସମୟରେ ନିୟନ୍ତ୍ରଣ ହରାଇବା କାରଣରୁ ଦୁଇଟି ବସ୍‌ ଓଲଟି ପଡିଥିଲା । ଯେଉଁଥିରେ ୧୫ ଜଣ ଛାତ୍ରଙ୍କ ମୃତ୍ୟୁ ହେବାର ଆଶଙ୍କା କରାଯାଉଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବାବେଳେ ଏବେ ପୁଲିସ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ଦୁର୍ଘଟଣାଗ୍ରସ୍ତ ବସରୁ ଉଦ୍ଧାର ପାଇଁ ଚେଷ୍ଟା ଚଳାଇଛି । ଆହତ ଛାତ୍ରମାନଙ୍କୁ ଇମ୍ଫାଲର ମେଡିସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ୨୨ ଜଣ ଛାତ୍ରଙ୍କ ଅବସ୍ଥା ଗୁରୁତର ରହିଛି । ଛାତ୍ରମାନଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି ।

hiranchal ad1
Leave A Reply

Your email address will not be published.

two × 2 =