ନିଶା ଦେଇ ଲୁଟ୍‌ ଘଟଣା, ୪ ଅଭିଯୁକ୍ତ ଗିରଫ

0 73

ପୁରୀ : ରେଳ ଯାତ୍ରୀଙ୍କୁ ପଇଡ଼ରେ ନିଶା ଦ୍ରବ୍ୟ ଦେଇ ଲୁଟ ଘଟଣାରେ ପୁରୀ ଆରପିଏଫ ଓ ଜିଆରପି ପୋଲିସ ଚାରି ଜଣକୁ ଗିରଫ କରିଛି । ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ୮ଟି ମୋବାଇଲ ଫୋନ ଓ ନଗଦ ୩୯୩୫୦ଟଙ୍କା ଜବତ କରିଛି । ପଇଡ଼ ଭିତରେ ନିଶା ଦ୍ରବ୍ୟ ଦେଇ ଅତି ଚତୁରତାର ସହ ଯାତ୍ରୀ ମାନଙ୍କୁ ବେହୋସ କରି ସେମାନଙ୍କ ଠାରୁ ମୂଲ୍ୟବାନ ସାମଗ୍ରୀ ଲୁଟ କରିବା ଘଟଣା ରେଳବାଇ ପୋଲିସ ପାଇଁ ମୁଣ୍ଡବ୍ୟଥା ସାଜିଥିଲା । ବାରମ୍ବାର ଏଭଳି ଘଟଣା ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଥୁବା ବେଳେ ରେଳବାଇ ପୋଲିସ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ୪ଜଣ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଚାରିଜଣ ଝାଡଖଣ୍ଡ ଅଂଚଳର ଜଣାପଡିଥିବା ବେଳେ ପୂର୍ବରୁ ସେମାନଙ୍କ ନାମରେ ଅନେକ ମାମଲା ରହିଥିବା ପୋଲିସ ସୂଚନା ଦେଇଛି ।

hiranchal ad1
Leave A Reply

Your email address will not be published.

4 × 3 =