୧୪ତମ ପ୍ରକାଶ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

0 125

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣିଗଡ ବାପୁଜୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ବିବେକାନନ୍ଦ ଯୁବକ ସଂଘ ଆଡେଣିଗଡ଼ ଦ୍ୱାରା ୧୪ତମ ପ୍ରକାଶ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି । ଆଜି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ହରଭଙ୍ଗା ବ୍ଲକ ତହସିଲଦାର ଶମ୍ଭୁପ୍ରସାଦ ମିଶ୍ର, ସମ୍ମାନିତ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ଅଜିତ କୁମାର ପ୍ରଧାନ ଉପସ୍ଥିତ ରହିଥିବା ବେଳେ ସମୁଦାୟ ୧୬ଗୋଟି ଦଳ ଏହି କ୍ରୀଡାରେ ଭାଗ ନେଇଛନ୍ତି । ଆଜିଠାରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ୩୦ ତାରିଖରେ ଅନୁଷ୍ଠିତ ହେବ । ଉଦଘାଟନୀ ମ୍ୟାଚରେ ଫୁଲବାଣୀ ସହିତ ବିରାମଚନ୍ଦ୍ରପୁର ଭିତରେ ଖେଳ ହୋଇଥିଲା । ଏଥିରେ ବିରାମଚନ୍ଦ୍ରପୁର ୧୧ଓଭରରେ ୭୨ରନ କରିଥିଲା, ଫୁଲବାଣୀ ଦଳ୧୧ଓଭରରେ ୭୨ରନ କରି ବିଜେତା ହୋଇଥିଲା । ଦ୍ୱିତୀୟ ମ୍ୟାଚରେ ପୁରୁଣାକଟକ ୧୫ଓଭରରେ ୧୧୧ରନ ସଂଗ୍ରହ କରିଥିବା ବେଳେ ଖଜୁରୀପଡା (ଫୁଲବାଣୀ ଜିଲ୍ଲା )ବିପକ୍ଷ ରେ ଖେଳି ନିଜର ସମସ୍ତ ଉଇକେଟ ହରାଇ ୯୫ରନ ସଂଗ୍ରହ କରି ପରାଜୟ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

15 − 7 =