ଜାଣନ୍ତୁ, କିପରିଭାବେ ଋଷ୍‌ ସେନା ସହ ଲଢୁଛନ୍ତି ୟୁକ୍ରେନର ବିୟର କଂପାନୀ

0 60

କିଭ୍‌ : ଋଷ୍‌-ୟୁକ୍ରେନ ଯୁଦ୍ଧ ପ୍ରତି ମୁହୂର୍ତ୍ତରେ ନୂଆ ମୋଡ଼ ନେଉଛି । ସବୁଠୁ ବଡ଼ କଥା ହେଲା,ଋଷ୍‌ରେ ଜନତା ପୁତିନ ସରକାର ଓ ଯୁଦ୍ଧକୁ ବିରୋଧ କରୁଥିବା ବେଳେ ୟୁକ୍ରେନରେ ଲୋକେ ଦେଶ ଓ ସରକାରଙ୍କୁ ସମର୍ଥନ଼ ଜଣାଇ ରାସ୍ତାକୁ ଓହ୍ଲାଇଛନ୍ତି । ସେମାନେ ସ୍ୱତଃପ୍ରବୃତ୍ତଭାବେ ଋଷ୍‌ ସେନାର ମୁକାବିଲା କରିବାକୁ ଉଦ୍ୟମ କରୁଛନ୍ତି । ଏପରି କି କେତେକ କଂପାନୀ ମଧ୍ୟ ଋଷ୍‌ ସେନା ବିରୋଧରେ ଲଢୁଛନ୍ତି । ଏହାର ଏକ ନିଆରା ଦୃଶ୍ୟ ଏବେ ଦେଖିବାକୁ ମିଳିଛି ।ୠଷ୍‌ ସେନାର ମୁକାବିଲା ପାଇଁ ଦେଶର ବିୟର ୍‌ଂପାନୀମାନେ ପ୍ରେଟ୍ରୋଲ ବମ୍‌ ତିଆରି କରୁଛନ୍ତି । ଏପରି ସ୍ଥିିତିରେ ଏଠିକାର ବିୟର କମ୍ପାନୀ ବି ବାଦ୍‌ ପଡିନି । ନିଜର ଭୋଡ଼କା ବୋତଲକୁ ମାରଣାସ୍ତ୍ରରେ ବଦଳାଇ ଦେଇଛି । ଲିଭ ସିଟିରେ ଥିବା ପ୍ରାଭଦା ବିୟର କମ୍ପାନୀ ନିଜର ଉତ୍ପାଦକୁ ପେଟ୍ରୋଲ ବୋମାରେ ପରିଣତ କରିଛି । ଯାହାକୁ ଋଷ ସେନା ଉପରେ ଫୋପାଡିବାକୁ ବ୍ୟବହାର କରାଯିବ । ଏହି ବୋତଲ ଉପରେ ‘ପୁଟିନ୍‌ ହୁଇଲୋ’ ବୋଲି ଲେଖାହୋଇଛି । ଏହାକୁ ସେନା ଠାରୁ ସାଧାରଣ ଲୋକଙ୍କ ଆକ୍ରମଣାତ୍ମକ ବ୍ୟବହାର ପାଇଁ ପ୍ରସ୍ତୁତ କରାଯାଉଛି । ଏହାକୁ ୟୁକ୍ରେନ୍‌ ଭାଷାରେ ‘ମୋଲୋଟୋଭ୍‌ କକଲେଟ୍‌ ‘ବୋଲି କୁହାଯାଉଛି । ଏହା ମଧ୍ୟ ପେଟ୍ରୋଲ ପରି ଏକ ଦହନଶୀଳ ପଦାର୍ଥ ଯାହାକୁ ପରିବର୍ତ୍ତନ କରି ପେଟ୍ରୋଲ ବୋମା ଭାବେ ବ୍ୟବହାର କରାଯାଉଛି । ଏଥିପାଇଁ ବୋତଲରେ ଏକ କପଡାର ବ୍ୟବହାର କରାଯାଏ ଯେଉଁଥିରେ ନିଆଁ ସଂଯୋଗ କରାଗଲେ ଏହା ବୋମା ପରି କାର୍ଯ୍ୟ କରେ ।

hiranchal ad1
Leave A Reply

Your email address will not be published.

four × five =