ବରଦା ରଣଜୀ ଖେଳାଳି ସୋଲାଙ୍କିଙ୍କ ପିତୃ ବିୟୋଗ, କିଛି ଦିନ ତଳେ ତାଙ୍କ ନବଜାତ ଶିଶୁର ହୋଇଥିଲା ଦେହାନ୍ତ

0 37

ନୂଆଦିଲ୍ଲୀ : ବରୋଦା କ୍ରିକେଟର ବିଷ୍ଣୁ ସୋଲାଙ୍କିଙ୍କ ଦୁଃଖ ଶେଷ ହେଉନାହିଁ । ନିକଟରେ ସେ ତାଙ୍କର ନବଜାତ ଶିଶୁକୁୁ ହରାଇଥିବା ବେଳେ ଗତକାଲି ତାଙ୍କ ପିତାଙ୍କୁ ହରାଇଛନ୍ତି । ଚଣ୍ଡିଗଡ ବିପକ୍ଷ ମ୍ୟାଚ ପରେ ସେ ଏହି ଦୁଃଖଦ ଖବର ପାଇଥିଲେ । ବିଷ୍ଣୁଙ୍କ ପିତାଙ୍କର ପରଲୋକ ରବିବାର ସକାଳେ ହୋଇଥିଲା । ତାଙ୍କ ପିତା ଦୁଇମାସ ହେଲା ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ।
ବରୋଦା ଅଧିନାୟକ କହିଛନ୍ତି ଯେ ବିଷ୍ଣୁ ଚାହିଁଥିଲେ ମଧ୍ୟ ଠିକ୍‌ ସମୟରେ ତାଙ୍କ ଘରେ ପହଞ୍ଚି ପାରିନଥାନ୍ତେ, କିନ୍ତୁ ସେ ପରିସ୍ଥିତିର ଯେପରି ଭାବେ ମୁକାବିଲା କଲେ ତାହା ପ୍ରଶଂସନୀୟ ।
ବରୋଦା ଅଧିନାୟକ କେଦାର ଦେଓଧର କହିଛନ୍ତି ଯେ ଡ୍ରେସିଂ ରୁମର ଏକ କୋଣରେ ଠିଆ ହୋଇ ବିଷ୍ଣୁ ଭିଡିଓ କଲ ମାଧ୍ୟମରେ ତାଙ୍କ ପିତାଙ୍କ ଶେଷ ରୀତିନୀତିରେ ଯୋଗ ଦେଇଥିଲେ । ଏହା ସେମାନଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ସମୟ କିନ୍ତୁ ଏହି ପ୍ରତିକୂଳ ପରିସ୍ଥିତିରେ ବିଷ୍ଣୁଙ୍କ ଦ୍ୱାରା ଦେଖାଯାଇଥିବା ସାହସ ଅବିଶ୍ୱସନୀୟ ।
ସୂଚନାଯୋଗ୍ୟ ଯେ, ୧୦ ଦିନ ପୂର୍ବେ ବିଷ୍ଣୁ ତାଙ୍କର ନବଜାତ ଝିଅକୁ ହରାଇଲେ । ଏହା ପରେ ମଧ୍ୟ ସେ ଚଣ୍ଡିଗଡ଼ ବିପକ୍ଷରେ ତାଙ୍କ ଦଳ ପାଇଁ ଏକ ଉଜ୍ଜ୍ୱଳ ଶତକ ହାସଲ କରିଥିଲେ । ଅଧିନାୟକ କହିଛନ୍ତି ଯେ ଯେତେବେଳେ ସେ ତାଙ୍କ ଝିଅର ଶେଷ ରୀତିନୀତି କରି ସାରିବା ପରେ ଦଳରେ ଯୋଗ ଦେଇଥିଲେ, ସେତେବେଳେ ପୁରା ଟିମ୍‌ ଏକ ନୋଟ୍‌ ଲେଖି ତାଙ୍କ ଝିଅର ଆତ୍ମାର ସଦଗତି କାମନା କରିଥିଲେ ।
ତେବେ ବିଷ୍ଣୁ ସୋଲାଙ୍କି ଏହି ଘଟଣାର ବିଚଳିତ ନହୋଇ କ୍ରିକେଟ ପ୍ରତି ଉତ୍ସର୍ଗୀକୃତ ମନୋଭାବ ରଖିଥିଲେ । ସେ ଚଣ୍ଡିଗଡ ବିପକ୍ଷରେ ଆକର୍ଷଣୀୟ ଶତକ ଅର୍ଜନ କରିଥିଲେ । ଏହାରି ବଳରେ ଦଳ ଚଣ୍ଡିଗଡ ବିପକ୍ଷରେ ୫୧୭ ରନ କରିବାରେ ସକ୍ଷମ ହୋଇଥିଲା । ତେବେ ଏହି ମ୍ୟାଚ ଶେଷରେ ଡ୍ରରେ ସମାପ୍ତ ହୋଇଥିଲା । ସୋଲାଙ୍କି ଏହି ମ୍ୟାଚରେ ୧୬୫ ବଲରୁ ୧୦୪ରନ କରିଥିଲେ । ଏହା ପରେ ସେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଥିଲେ ।

hiranchal ad1
Leave A Reply

Your email address will not be published.

sixteen − twelve =