ଦେଶରେ କରୋନାକୁ ପୂରିଲା ଦୁଇ ବର୍ଷ : ଗଲାଣି ପାଖାପାଖି ୫ ଲକ୍ଷ ଲୋକଙ୍କ ଜୀବନ

0 40

ନୂଆଦିଲ୍ଲୀ : ଭାରତରେ କରୋନା ପ୍ରବେଶକୁ ଦୁଇ ବର୍ଷ ହୋଇଗଲାଣି । ଏହି ଦୁଇ ବର୍ଷ ମଧ୍ୟରେ କରୋନା ପାଖାପାଖି ୫ ଲକ୍ଷ ଲୋକଙ୍କ ଜୀବନ ନେଇ ସାରିଲାଣି । ଦେଶରେ ଏବେ ତୃତୀୟ ଲହର ଚାଲିଛି । ବର୍ତ୍ତମାନ ଯଦିଓ ଦୈନିକ ସଂକ୍ରମଣ କମୁଛି,ସେଥିରେ କିନ୍ତୁ ଖୁସି ହେବାର କିଛି ନାହିଁ । କାରଣ ବିପଦ ଟଳି ନାହିଁ । ତେଣୁ ଜୀବନ ସୁରକ୍ଷାରେ ସାମାନ୍ୟତମ ଅବହେଳା ନକରିବା ପାଇଁ ଦେଶବାସୀଙ୍କୁ ନିବେଦନ କରିଛନ୍ତି କେନ୍ଦ୍ର ସରକାର । ଜାନୁୟାରୀ ୨୦୨୦ରେ ଦେଶରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଚଳିତବର୍ଷ ତୃତୀୟ ଲହର ପ୍ରକୋପ କରୁଛି । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ରବିବାର ଓଡ଼ିଶା, ବିହାର, ଛତିଶଗଡ଼, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ଆଦି ୫ ରାଜ୍ୟଙ୍କ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ବେଳେ ଯଦିଓ ସଂକ୍ରମଣ ଥମିଛି ତଥାପି ଭୂତାଣୁର ପ୍ରକୋପ କମି ନଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସତର୍କ କରାଇଦେଇଛନ୍ତି । କୋଭିଡ ବିରୋଧରେ ଲଢେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକ ମିଳିତ ପ୍ରୟାଶ । ଏଣୁ ଏହା ଆମ ଲାଗି ଏକ ମିଳିତ ଦାୟିତ୍ୱ ମଧ୍ୟ । ମାଣ୍ଡବ୍ୟ କହିଛନ୍ତି ଯେ ବିଭିନ୍ନ ରାଜ୍ୟରେ ସକ୍ରିୟ କୋଭିଡ ମାମଲା ଓ ସଂକ୍ରମଣ ସଂଖ୍ୟା ହ୍ରାସ ହେଉଛି । ଏହା ସତ୍ତେ୍ୱ ଲୋକଙ୍କୁ ସତର୍କ ରହିବା ଜରୁରି । ନିଜ ସୁରକ୍ଷା ଉପାୟରେ ସାମାନ୍ୟ କୋହଳ ବହୁ ମୂଲ୍ୟ ଦେବାକୁ ପଡିପାରେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । କେରଳରେ ପରିସ୍ଥିତି ଏବେବି ସେହିପରି ରହିଛି ଯେପରି ପୂର୍ବରୁ ଥିଲା । ଶନିବାର କେରଳରେ ୫୦ ହଜାର ୮୧୨ଟି ନୂଆ ମାମଲା ଚିହ୍ନଟ ହୋଇଥିଲା । ଏଠାରେ ୨୩ ଘଣ୍ଟାରେ ୧ ଲକ୍ଷ ୧୦ ହଜାର ୯୭୦ ନମୁନା ଯାଞ୍ଚ ହୋଇଥିଲା । ଦେଶର ବିଭିନ୍ନ ହସ୍ପିଟାଲରେ ଏବେ ୩.୪ ପ୍ରତିଶତ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ତେବେ ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ମାମଲା ସଂଖ୍ୟାରେ ବୃଦ୍ଧି ଦେଖାଯାଇଛି । ଅନ୍ୟପକ୍ଷରେ ସଂକ୍ରମଣ ହାରରେ ହ୍ରାସ ଦେଖା ଦେବା ପରେ କେତେକ ରାଜ୍ୟରେ କୋଭିଡ କଟକଣା କୋହଳ କରାଯାଇଛି । କର୍ଣ୍ଣାଟକରେ ନାଇଟ୍‌ କର୍ଫ୍ୟୁ ହଟାଇବାକୁ ନିଷ୍ପତ୍ତି ହୋଇଛି ।

hiranchal ad1
Leave A Reply

Your email address will not be published.

8 − six =