ହଟିଲା କୃଷକ ଆନ୍ଦୋଳନ, ୧୧ରୁ ଘର ମୁହାଁ ହେବେ ଚାଷୀ

0 62

ନୂଆଦିଲ୍ଲୀ : ଦୀର୍ଘ ୧୪ ମାସରୁ ଅଧିକ ହେବ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କ ଆନ୍ଦୋଳନ ଶେଷ ହୋଇଛି । ୪୦ କୃଷକ ସଂଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚା ଆନ୍ଦୋଳନ ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି । ଏହାସହ ୧୧ ତାରିଖରୁ କୃଷକମାନେ ସେମାନଙ୍କ ଘରକୁ ଫେରିଯିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହ ୧୫ ତାରିଖରେ କୃଷକନେତାମାନେ ପଞ୍ଜାବର ଅମୃତସରରେ ଥିବା ସ୍ୱର୍ଣ୍ଣ ମନ୍ଦିରରେ ଦର୍ଶନ କରିବେ ବୋଲି ଜଣାପଡିଛି ।
ଅନ୍ୟପଟେ ଆଜି ଏନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀରେ କୃଷକନେତାମାନେ ଆନ୍ଦୋଳନ ପ୍ରତ୍ୟାହାର ନେଇ ଘୋଷଣା କରିବା ସହ ଏମଏସପିକୁ ନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ହୋଇଥିବା କମିଟିରେ କିଷାନ ମୋର୍ଚ୍ଚାର ପ୍ରତିନିଧି ରହିବା ଉପରେ ସହମତି ପ୍ରକାଶ କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ଅନ୍ୟପଟେ ବିଜୁଳି ବିଲ ଓ ଯୋଗାଣ ନେଇ କୃଷକମାନଙ୍କ ଥିବା ଦାବି ଉପରେ ସରକାର ସହମତି ପ୍ରକାଶ କରିଥିବା ସହ ଏନେଇ ସରକାର ପ୍ରଥମେ କିଷାନ ମୋର୍ଚ୍ଚାର ପ୍ରତିନିଧି ମାନଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି କିଷାନ ମୋର୍ଚ୍ଚା ନେତା କହିଛନ୍ତି ।

hiranchal ad1
Leave A Reply

Your email address will not be published.

8 + eighteen =