ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ଜେନେରାଲ ବିପିନ ରାୱତଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

0 53

ପୁରୀ : ଭାରତର ପ୍ରଥମ ଚିଫ ଅଫ ଡିଫେନ୍ସ ଜେନେରାଲ ବିପିନ ରାୱତଙ୍କୁ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ଏହି ବାଲୁକା ଆନିମେସନ ପ୍ରସ୍ତୁତ କରିବାକୁ ମାନସ ସାହୁଙ୍କୁ ୨ ଘଣ୍ଟା ସମୟ ଲାଗିଥିଲା । ଏଥିରେ ସେ “Rawat Sir, The Nation Salutes You” ର ବାର୍ତ୍ତା ଦେଇଛନ୍ତି । ଆମ ଦେଶ ପାଇଁ ଏହା ଏକ ଅପୂରଣୀୟ କ୍ଷତି । ସାରା ଦେଶ ଆପଣଙ୍କ ବୀରତ୍ୱକୁ ମନେ ପକାଇବା ସହିତ ଆପଣଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ବୋଲି ମାନସ ଦର୍ଶାଇଛନ୍ତି । ଏହି ବାଲୁକା ଆନିମେସନ ପ୍ରସ୍ତୁତ କରି ମାନସ ଦିବଂଗତ ରାୱତଙ୍କୁ ହୃଦୟର ଗଭୀରତମ ପ୍ରଦେଶରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

12 + 16 =