ନେତାଜୀ ଜୟନ୍ତୀକୁ ଜାତୀୟ ଛୁଟି ଘୋଷଣା କରିବାକୁ ଦାବି

0 40

କୋଲକାତା: ଆଜି ସାରା ଦେଶରେ ଭାରତ ପାଳନ କରୁଛି ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମଦିନ । ଏହି ଅବସରରେ ଜାନୁଆରୀ ୨୩କୁ ‘ଦେଶ ନାୟକ ଦିବସ’ ପାଳନ କରିବା ସହ ଜାତୀୟ ଛୁଟି ଘୋଷଣା କରିବା ପାଇଁ ମୋଦିଙ୍କ ନିକଟରେ ଦାବି ଉପସ୍ତାପନ କରାଯାଇଛି । ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଡି ଦାବି ଉାଂଇଛନ୍ତି । ସେ କହିଛନ୍ତି ପଶ୍ଚିମବଙ୍ଗରେ ଜାତୀୟ ଏବଂ ବିଶ୍ୱସ୍ତରୀୟ ଆଇକନ୍‌ ଭାବେ ନେତାଜୀଙ୍କ ଇତିହାସ ଭାରତୀୟ ଇତିହାସରେ ଅତୁଳନୀୟ । ବୋଷ ହେଉଛନ୍ତି ଦେଶପ୍ରେମ,ସାହସ,ନେତୃତ୍ୱ,ଏକତା ଓ ଭ୍ରାତୃତ୍ୱର ମୂର୍ତ୍ତିମନ୍ତ ପ୍ରତୀକ । ପଶ୍ଚିମବଙ୍ଗ ସରକାର ସାରା ରାଜ୍ୟରେ ପ୍ରୋଟୋକଲ ଅନୁଯାୟୀ ଦେଶ ନାୟକଙ୍କ ୧୨୫ତମ ଜନ୍ମ ବାର୍ଷିକୀକୁ ପୂରା ରାଜ୍ୟରେ ପାଳନ କରୁଛନ୍ତି । ମୁଁ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ନିବେଦନ କରୁଛି ଯେ ନେତାଜୀଙ୍କ ଜନ୍ମ ବାର୍ଷିକୀକୁ ଜାତୀୟ ଛୁଟିଦିନ ଭାବରେ ଘୋଷଣା କରାଯାଉ । ଫଳରେ ସମଗ୍ର ଦେଶ ଜାତୀୟ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିପାରିବ ଏବଂ ଦେଶ ନାୟକ ଦିବସଙ୍କୁ ଏକ ଭଲଭାବେ ପାଳନ କରିପାରିବ ।

hiranchal ad1
Leave A Reply

Your email address will not be published.

twelve + 1 =