ଏବେ ଗୋଷ୍ଠୀ ସଂକ୍ରମଣ ସ୍ଥିତିରେ ଓମିକ୍ରନ୍‌

0 46

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଆଜି ସାମାନ୍ୟ କମିଛି । ତେବେ ଖୁବ ଆଶ୍ୱସ୍ତ ହେଲାଭଳି ନୁହେଁ । କରୋନା ପଜିଟିଭ ସଂଖ୍ୟା କମିଥିବା ବେଳେ ଓମିକ୍ରନ ସଂକ୍ରମଣ ସ୍ଥିତି କିନ୍ତୁ ଅତି ଗୁରୁତର ହୋଇପଡ଼ିଛି । ଏହା ଏବେ ଗୋଷ୍ଠୀ ସଂକ୍ରମଣ ସ୍ଥିତିରେ ପହଞ୍ଚିଯାଇଛି । ଏହାର ପ୍ରଭାବ ଏବେ ଅନେକ ମେଟ୍ରୋ ସିଟି ଗୁଡିକରେ ଦେଖିବାକୁ ମିଳିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଇନସାକଗ ସୂଚନା ଦେଇଛି । ଇନସାକଗ କହିଛି, ଓମିକ୍ରନ୍‌ ସଂକ୍ରାମକର ସବ ଭାରିଏଣ୍ଟକୁ ବିଏ.୨ ମଧ୍ୟ ଦେଶରେ ଚିହ୍ନଟ ହୋଇଛି । ଭାରତୀୟ ସାର୍ସ-କୋଭ-୨ ଜିନୋମ ସିକ୍ୱେନ୍ସିଂ ଜାନୁଆରୀ ୧୦ରେ ଜାରି କରିଥିବା ବୁଲେଟିନ୍‌ରେ କହିଥିଲା, ‘ବର୍ତ୍ତମାନ ପର୍ଯ୍ୟନ୍ତ ଅଧିକାଂଶ ଓମିକ୍ରନ୍‌ ମାମଲା ଲକ୍ଷଣ ହୀନ ବା ସାମାନ୍ୟ ଲକ୍ଷଣର ଚିହ୍ନଟ ହୋଇଛି । ସାମ୍ପ୍ରତିକ ତୃତୀୟ ଲହରରେ ହସ୍ପିଟାଲରେ ଭର୍ତ୍ତି ହେବା ଏବଂ ଆଇସିୟୁ ମାମଲା ବୃଦ୍ଧି ପାଇନଥିଲେ ମଧ୍ୟ ଏବଂ ବିପଦ ସ୍ତରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୩୩ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୨୫ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୩୩୩୫୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁସଂଖ୍ୟା ୫୨୫ ଛୁଇଁଛି । ଏବେସୁଦ୍ଧା ଦେଶରେ ପ୍ରାୟ ୩ କୋଟି ୮୧ ଲକ୍ଷ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେହିପରି ୨୧୮୪୨୦୫ ସକ୍ରିୟ ମାମଲା ରହିଛି ଏବଂ ୩୬୫୬୦୬୫୦ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏତତ୍‌ ବ୍ୟତୀତ ୪୮୯୪୦୯ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

hiranchal ad1
Leave A Reply

Your email address will not be published.

2 × 2 =