ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋଙ୍କୁ ନେତାଜୀ ପୁରସ୍କାର

0 33

ନୂଆଦିଲ୍ଲୀ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଆଜି ସମ୍ମାନଜନକ ନେତାଜୀ ପୁରସ୍କାର-୨୦୨୨ ପ୍ରଦାନ କରାଇଛି । ଆଜି ନେତାଜୀଙ୍କ ୧୨୫ତମ ଜୟନ୍ତୀ ଅବସରରେ ସିଞ୍ଜ ଆବେଙ୍କ ପକ୍ଷରୁ କୋଲକାତାରେ ଥିବା ଜାପାନର କନସୁଲ୍‌ ଜେନେରାଲ୍‌ ନାକାମୁରା ୟୁଟାକା ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଭାରତରେ ଜାପାନର ରାଷ୍ଟ୍ରଦୂତ ଥିବା ସତୋଶୀ ସୁଜୁକି ଏହି କାର୍ଯ୍ୟକ୍ରମକୁ ଭର୍‌ଚୁଆଲ ମୋଡରେ ନୂଆଦିଲ୍ଲୀରୁ ସମ୍ବୋଧିତ କରିଥିବା ଜଣାପଡିଛି । ଏହି ପୁରସ୍କାର ଦେବା ସମୟରେ ନେତାଜୀ ରିସର୍ଚ୍ଚ ବ୍ୟୁରୋର ନିର୍ଦ୍ଦେଶକ ସୁଗତା ବୋଷ, ଆବେଙ୍କୁ ନେତାଜୀଙ୍କର ଜଣେ ବଡ଼ ପ୍ରଶଂସକ ବୋଲି କହିଥିଲେ । ଆଜି ଠାରୁ ଦେଶର ସାଧାରଣତନ୍ତ୍ର ଦିବସ ପାଳନ ଆରମ୍ଭ ହେବ ବୋଲି ପୂର୍ବରୁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀସ୍ଥିତ ‘ଇଣ୍ଡିଆ ଗେଟ୍‌’ରେ ନେତାଜୀଙ୍କର ଏକ ‘ହଲୋଗ୍ରାମ୍‌’ ପ୍ରତିମୂର୍ତ୍ତି ଉଦ୍‌ଘାଟନ କରିଥିଲେ ।

hiranchal ad1
Leave A Reply

Your email address will not be published.

8 + 1 =