ଭୟଙ୍କର ସ୍ଥିତି : ବରଫ ନେଲାଣି ୪୨ ଜଣଙ୍କ ଜୀବନ

0 53

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଲୋକଙ୍କ ଦୁର୍ଦ୍ଦଶାର ଅନ୍ତ ଘଟୁନି । ଦୁଃଖର ପାହାଡ଼ ସେମାନଙ୍କୁ ତଳିତଳାନ୍ତ କରିସାରିଲାଣି । ଯନ୍ତ୍ରଣା ଚରମସୀମାରେ ପହଞ୍ଚିଗଲାଣି । ତାଲିବାନଙ୍କ କ୍ରୁରତା ସେମାନଙ୍କ ଜୀବନକୁ ଦୁର୍ବିସହ କରିଥିବା ବେଳେ ଏବେ ଭୟଙ୍କର ତୁଷାରପାତ ଅବସ୍ଥାକୁ ସାଂଘାତିକ କରିଦେଇଛି । ବରଫ ବର୍ଷା କାରଣରୁ ୪୨ ଲୋକଙ୍କର ଜୀବନ ଯାଇଥିବା ବେଳେ ପାଖାପାଖି ୭୬ ଲୋକ ଆହତ ହୋଇଛନ୍ତି । ଦେଶର ୯୦ ପ୍ରତିଶତ ଅଞ୍ଚଳରେ ବରଫପାତ କାରଣରୁ ଅନେକ କ୍ଷତି ହୋଇଛି । ଆଫଗାନିସ୍ତାନର ଇସ୍‌ଲାମିକ୍‌ ସରକାରଙ୍କ ରାଜ୍ୟ ମନ୍ତ୍ରଣାଳୟ ଏନେଇ କହିଛି ଯେ, ଦେଶର ୧୫ଟି ପ୍ରାନ୍ତରେ ଭୀଷଣ ବରଫ ବର୍ଷା ହୋଇଛି । ଯେଉଁ କାରଣରୁ ୪୨ ଜଣଙ୍କ ଜୀବନ ଯାଇଛି ଏବଂ ୭୬ ଜଣ ଆହତ ହୋଇଛନ୍ତି । ୨୦ ଦିନରେ ଆପଗାନିସ୍ତାନରେ ୨ ହଜାରରୁ ଅଧିକ ଘର ନଷ୍ଟ ହୋଇଯାଇଛି । ବିଭିନ୍ନ ଅଞ୍ଚଳର ରାଜମାର୍ଗ ବନ୍ଦ ହୋଇଯାଇଛି ଏବଂ କାବୁଲ୍‌ ଅନ୍ତଃରାଷ୍ଟ୍ରୀୟ ଉଡ଼ାଣରେ ମଧ୍ୟ ବାଧା ସୃଷ୍ଟି ହୋଇଛି । ଆଫଗାନ ସରକାର ପ୍ରଭାବିତ ଲୋକଙ୍କ ନିକଟରେ ସହାୟତା ପହଞ୍ଚାଇବା କାର୍ଯ୍ୟ ଜାରି ରଖିଛନ୍ତି । ଆଗକୁ ଆସୁଥିବା ବିପଦକୁ ଏଡ଼ାଇବା ପାଇଁ ସରକାର ପ୍ରୟାସ ଚଳାଇଥିବା ମନ୍ତ୍ରଣାଳୟ କହିଛି । ଜାତୀୟ ମାର୍ଗରେ ବରଫ ଜମା ହୋଇଯିବା କାରଣରୁ ଅନେକ ଲୋକ ଫସି ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇଛି ।

hiranchal ad1
Leave A Reply

Your email address will not be published.

four × 1 =