ଡ୍ୟାନ୍ସ କରୁଥିବା ବେଳେ ଚାଲିଗଲା ଡାକ୍ତରଙ୍କ ଜୀବନ

0 92

ଭୋପାଳ : ଭୋପାଳରେ ଡାକ୍ତରଙ୍କ ମୃତ୍ୟୁର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଡାକ୍ତର ଜଣକ ଏକ ପାର୍ଟୀରେ ଯୋଗଦେବାକୁ ଆସିଥିଲେ । ଏଠାରେ ନାଚିବାବେଳେ ସେ ହଠାତ୍‌ ଖସିପଡିଥିଲେ । ପାର୍ଟିରେ ଉପସ୍ଥିତ ଥିବା ଅନ୍ୟ ଡାକ୍ତରମାନେ ତାଙ୍କୁ ବଞ୍ଚାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ, କିନ୍ତୁ ସଫଳ ହୋଇନଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଘଟଣା ଭୋପାଳର ହୋଟେଲ ଜାହାନୁମା ଘଟିଥିବା କୁହାଯାଉଛି ।
ଭିଡିଓରେ ଦେଖାଯାଉଛି ଯେ ଏକ ପାର୍ଟି ଚାଲିଛି । ଏକ ଗୀତର ତାଳେତାଳେ ସମସ୍ତେ ନାଚୁଛନ୍ତି । ସାମ୍ନାକୁ ଆସିଥିବା ଭିଡିଓ ପ୍ରାୟ ୨ ମିନିଟ୍‌ ୫୦ ସେକେଣ୍ଡର । ପ୍ରାୟ ୨ ମିନିଟ୍‌ ୪୦ ସେକେଣ୍ଡରେ ପହଞ୍ଚିବା ମାତ୍ରେ, ଜଣେ ବ୍ୟକ୍ତି ହଠାତ୍‌ ଅଟକି ଯାଉଛନ୍ତି । ହଠାତ୍‌ ସେ ଖସ ପଡିଥିଲେ । ଠିକ୍‌ ସେତିକିବେଳେ ତାଙ୍କ ପାଖରେ ନାଚୁଥିବା ବ୍ୟକ୍ତି ତାଙ୍କ ନିକଟକୁ ଆସି ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ । ଏହାପରେ ଭିଡିଓଟି ଶେଷ ହୋଇଛି ।
ମୃତ୍ୟୁବରଣ କରିଥିବା ଡାକ୍ତରଙ୍କ ନାମ ସିଏସ୍‌ ଜୈନ ବୋଲି କୁହାଯାଉଛି । ସୂଚନା ଅନୁଯାୟୀ ସେ ଡାକ୍ତରଙ୍କ ପାର୍ଟିକୁ ଯାଇଥିଲେ । ଏଠାରେ ସେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ । କୁହାଯାଏ ଯେ ଡକ୍ଟର ଜୈନ ଭୋପାଳର ଜଣେ ପ୍ରସିଦ୍ଧ ଫରେନସିକ୍‌ ମେଡିସିନ୍‌ ବିଶେଷଜ୍ଞ ଥିଲେ । ଏହି ସମୟରେ ସୋସିଆଲ ମିଡିଆରେ ଏହି ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି । ଫେସବୁକ୍‌ ଏବଂ ଟ୍ୱିଟରରେ ଏହି ଭିଡିଓ ସେୟାର କରି ଲୋକମାନେ ଜୀବନର ଅନିଶ୍ଚିତତା ବିଷୟରେ କହୁଛନ୍ତି ।

hiranchal ad1
Leave A Reply

Your email address will not be published.

5 × two =