ରୋଜଗାର ଉପରେ କରୋନାର ଭୟଙ୍କର ମାଡ଼ : ହାତବାନ୍ଧି ବସିଛନ୍ତି କୋଟିକୋଟି ଲୋକ

0 40

ନୂଆଦିଲ୍ଲୀ: ୨୦୨୦ରୁ ଆରମ୍ଭ ହୋଇଥିବା କରୋନା ମହାମାରୀର ଅନ୍ତ କେବେ ହେବ,ତାହା କେହି ଜାଣି ନାହାନ୍ତି । ଏବେ କେତେକ ବୈଜ୍ଞାନିକ ଦାବି କରୁଛନ୍ତି ଯେ ମାର୍ଚ୍ଚରେ କରୋନାର ଅନ୍ତ ଘଟିବ । କିନ୍ତୁ ଏହି ଦାବିରେ କେତେ ଦୃଢତା ରହିଛି,ତାହାର ପ୍ରମାଣ ଆଗାମୀ ଦିନ ହିଁ ଦେବ । ଏହି ମହାମାରୀ ସବୁଠାରୁ ଅଧିକ କ୍ଷତି ଘଟାଇଛି ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ବର୍ଗର ଲୋକଙ୍କର । ଗତ ଦୁଇବର୍ଷ ମଧ୍ୟରେ ଅସଂଖ୍ୟ ଲୋ ସେମାନଙ୍କର ରୋଜଗାର ହରାଇଛନ୍ତି । ୨୦୨୦ରେ ଚାକିରି ହରାଇଥିବା ଲୋକମାନଙ୍କ ମଧ୍ୟରୁ ବହୁ ଲୋକ ଏପର୍ଯ୍ୟନ୍ତ ରୋଜଗାର ପାଇନାହାନ୍ତି । ଏବେ ବି ସେମାନେ ଦୁଃଖକଷ୍ଟରେ ଜୀବନ ବିତାଉଛନ୍ତି । ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି । ଏକ ରିପୋର୍ଟ ଅନୁସାରେ, ଦେଶରେ ବେକାର ଯୁବକଯୁବତୀଙ୍କ ସଂଖ୍ୟା ୫ କୋଟିରୁ ଅଧିକ ରହିଛି । ଯେଉଁଥିରେ ମହିଳାଙ୍କ ସଂଖ୍ୟ ବହୁତ ଅଧିକ । ଅର୍ଥାତ ଚାକିରି କରିବାକୁ ଚାହୁଁଥିବା ୫ କୋଟିରୁ ଅଧିକ ଭାରତୀୟ ବିନା କାମରେ ଘରେ ବସିଛନ୍ତି । କର୍ମ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବଢାଇବାକୁ ପଡ଼ିବ । ଭାରତରେ ମହିଳାଙ୍କ ପାଇଁ ରୋଜଗାର ବିକଳ୍ପ ବହୁତ କମ ରହିଛି । ଏହାବାଦ ମହିଳାଙ୍କ କାମ କରିବାକୁ ନେଇ ସାମାଜିକ ପ୍ରତିବନ୍ଧକ ବହୁତ ରହୁଛି । ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନମୀ (ସିଏମଆଇଇ)ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ୨୦୨୧ ଡିସେମ୍ବର ପର୍ଯ୍ୟନ୍ତ ଭାରତରେ ମୋଟ ୫.୩ କୋଟି ଲୋକ ଲୋକଙ୍କ ପାଖରେ ରୋଜଗାର ନାହିଁ । ଏଥିରେ କେବଳ ମହିଳାଙ୍କ ସଂଖ୍ୟା ୧.୭ କୋଟି । ଘରେ ବସିଥିବା ଲୋକଙ୍କ ସଂଖ୍ୟା ଅଧିକ, ଯେଉଁମାନେ ନିୟମିତ କାମ ଖୋଜୁଛନ୍ତି । ସିଏମଆଇଇ ଅନୁସାରେ, କାମ ଖୋଜୁଥିଲେ ମଧ୍ୟ ଲୋକଙ୍କୁ କାମ ମିଳୁନାହିଁ । ୩.୫ କୋଟିରୁ ଅଧିକ ଲୋକ ନିୟମିତ କାମ ଖୋଜୁଛନ୍ତି । ଏମାନଙ୍କ ମଧ୍ୟରେ ୮୦ ଲକ୍ଷ ମହିଳା ଅଛନ୍ତି । ବାକି ୧.୭ କୋଟି ବେରୋଜଗାର ଲୋକ କାମ କରିବାକୁ ଚାହୁଁଛନ୍ତି । ବିଶ୍ୱ ବ୍ୟାଙ୍କ ଅନୁସାରେ, ମହାମାରୀ ପୂର୍ବରୁ ବିଶ୍ୱ ସ୍ତରରେ ୫୮ ପ୍ରତିଶତ ଲୋକଙ୍କୁ ରୋଜଗାର ମିଳିପାରୁଥିଲା । ହେଲେ ୨୦୨୦ରେ କରୋନା ଆସିବା ପରେ ଏହା ୫୫ ପ୍ରତିଶତକୁ ଖସିଯାଇଛି । ଅନ୍ୟପକ୍ଷରେ ଏହି ସମୟରେ ଭାରତରେ ମାତ୍ର ୪୩ ପ୍ରତିଶତ ଲୋକ ରୋଜଗାର ପାଇବାକୁ ସକ୍ଷମ ହୋଇଛନ୍ତି । ସିଏମଆଇଇ ହିସାବରେ ଭାରତରେ ରୋଜଗାର ମିଳିବା ସ୍ତର ଏହାଠାରୁ ମଧ୍ୟ କମ । ଦେଶରେ ମାତ୍ର ୩୮ ପ୍ରତିଶତ ଲୋକଙ୍କୁ ହିଁ ରୋଜଗାର ମିଳିପାରୁଛି । ଭାରତକୁ ସୁଦୃଢ ଅର୍ଥାବବ୍ୟସ୍ଥା କରିବାକୁ ହେଲେ ୬୦ ପ୍ରତିଶତ ଲୋକଙ୍କୁ ରୋଜଗାର ଦେବାକୁ ପଡ଼ିବ । ବିଶ୍ୱସ୍ତରୀୟ ସ୍ଥିତି ହାସଲ କରିବାକୁ ହେଲେ ୧୮.୭୫ କୋଟି ଲୋକଙ୍କୁ ରୋଜଗାର ଯୋଗାଇ ଦିଆଯିବା ଆବଶ୍ୟକ ।

hiranchal ad1
Leave A Reply

Your email address will not be published.

eighteen − fifteen =