କିଆକଟା ସରପଞ୍ଚ ପ୍ରାର୍ଥିନୀ ଭାବେ ଗାୟତ୍ରୀ ବେହେରାଙ୍କ ନାମାଙ୍କନପତ୍ର ଦାଖଲ

0 502

କିଆକଟା : ପଞ୍ଚାୟତ ନିର୍ବାଚନ ପାଇଁ ଜାରି ରହିଥିବା ନାମାଙ୍କନ ଦାଖଲର ଶେଷ ଦିନରେ ଆଜି କିଆକଟା ପଞ୍ଚାୟତ ପାଇଁ ସରପଞ୍ଚ ପ୍ରାର୍ଥିନୀ ଭାବେ ଗାୟତ୍ରୀ ବେହେରା ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି । କୋଭିଡ କଟକଣା ହେତୁ ଅଳ୍ପ ସଂଖ୍ୟାକ ପ୍ରଶଂସକଙ୍କ ସହ ଯାଇ ସେ ତାଙ୍କର ପ୍ରାର୍ଥୀପତ୍ର ନିର୍ବାଚନ ଅଧିକାରୀ ଅମରନାଥ ଦେହୁରୀଙ୍କ ଉପସ୍ଥିତିରେ ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଶ୍ରୀମତୀ ବେହେରା ଗଣମାଧ୍ୟମକୁ କହିଛନ୍ତି ଯେ, ପଞ୍ଚାୟତର ସର୍ବାଙ୍ଗିନ ବିକାଶ ପାଇଁ ମୁଁ ସଂକଳ୍ପବଦ୍ଧ । ମୁଁ ବିଜୟୀ ହେଲେ ଆଗାମୀ ଦିନରେ ପଞ୍ଚାୟତରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ଗୁରୁତ୍ୱର ସହ ନେଇ ଏକ ରୋଡମ୍ୟାପ ପ୍ରସ୍ତୁତ କରିବି । ବିଶେଷତଃ ଉପଯୁକ୍ତ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର, ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ଦେବା ସହ ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ, ଚାଷୀଙ୍କ ଜମିକୁ ପାଣି ଆଦି ଯୋଗାଇ ଦେବାକୁ ସେ ଦୃଢ ପ୍ରତିଶ୍ରୁତି ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଗାୟତ୍ରୀ ବେହେରା କାଦପଡା ଗ୍ରାମର ସୁବ୍ରତ ପ୍ରଧାନଙ୍କ ଧର୍ମପତ୍ନୀ ହୋଇଥିବା ବେଳେ ଜୟାନନ୍ଦ ପ୍ରଧାନଙ୍କ ପୁତ୍ରବଧୂ ଅଟନ୍ତି । ପୂର୍ବରୁ ତାଙ୍କ ପରିବାର ରାଜନୀତି ସହ ଜଡିତ ଅଛନ୍ତି । ଜଣେ ଉଚ୍ଚ ଶିକ୍ଷିତା ମହିଳା ଭାବେ ଗାୟତ୍ରୀ ରାଜନୀତିରେ ପାଦ ଦେଇଥିବାରୁ ତାଙ୍କ ପ୍ରତି ଲୋକଙ୍କ ସମର୍ଥନ ରହିବ ବୋଲି ଅନୁମାନ କରାଯାଉଛି ।

hiranchal ad1
Leave A Reply

Your email address will not be published.

3 − 1 =