ଦୋହରାଇଲେ ସୁପ୍ରିମକୋର୍ଟ : ପୈତୃକ ସମ୍ପତ୍ତିରେ ଝିଅର ବି ରହିଛି ସମାନ ଅଧିକାର

0 50

ନୂଆଦିଲ୍ଲୀ: ପୈତୃକ ସଂପତ୍ତି ଉପରେ ପୁଅ ଭଳି ଝିଅର ବି ସମାନ ଅଧିକାର ରହିଛି । ଏକଥାକୁ ଆଜି ଦୋହରାଇଛନ୍ତି ସୁପ୍ରିମକୋର୍ଟ । ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି କୋର୍ଟ କହିଥିଲେ ଯେ ହିନ୍ଦୁ ପର୍ସନାଲ ଲ’ ଓ ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମରେ ଏହା ଲାଗୁ ହେବ । ପୈତୃକ ସମ୍ପତ୍ତି ବିଭାଜନ ପରେ ଝିଅଙ୍କୁ ବି ମିଳିବ ସମାନ ଅଧିକାର । ପୈତୃକ ସମ୍ପତ୍ତି ଉପରେ ଝିଅର ରହିଛି ଜନ୍ମଗତ ଅଧିକାର । ବାପାଙ୍କ ମୃତ୍ୟୁ ୧୯୫୬ ପୂର୍ବରୁ ହୋଇଥିଲେ ବି ଏହି ନିୟମ କାର୍ଯ୍ୟକାରୀ ହେବ । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏସ୍‌ ଅବଦ୍ଦୁଲ ନାଜିର ଓ ଜଷ୍ଟିସ୍‌ କ୍ରିଷ୍ଣା ମୂରାରୀଙ୍କ ଅଧ୍ୟକ୍ଷତାରେ ଶୁଣାଣି ହୋଇଥିଲା । ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି କି, ଝିଅଙ୍କୁ ପୈତୃକ ସମ୍ପତ୍ତି ଦେବାରେ କେହି ବି ଅଟକାଇ ପାରିବେନି । ପୂର୍ବର ଏକ ମାମଲାର ଉଦାହରଣ ଦେଇ କୋର୍ଟ କହିଛନ୍ତି କି, ପୈତୃକ ସମ୍ପତ୍ତି ଉପରେ ସମସ୍ତ ସନ୍ତାନଙ୍କ ସମାନ ଅଧିକାର ରହିଛି । ଯଦି ଏହା ନମିଳେ, ତେବେ ଝିଅମାନେ ଏଥିପାଇଁ ଦାବି କରିପାରିବେ । ପୂର୍ବରୁ ୨୦୧୮ ମସିହାରେ ଏ ସଂକ୍ରାନ୍ତରେ ରାୟ ଶୁଣାଇ ଝିଅ ଓ ପୁଅକୁ ସମାନ ଅଧିକାର ମିଳିବ ବୋଲି କୋର୍ଟ କହିଥିଲେ । ଆଜି ପୂନର୍ବାର କୋର୍ଟ ଏହି କଥାକୁ ସ୍ପଷ୍ଟ କରିଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

17 + 19 =