ଶାନ୍ତିନଗର ନିବାସୀ ଭୋଟ ବର୍ଜନ କରିବେ

0 568

ସମ୍ବଲପୁର ସହରର ଏକ ପ୍ରତିପତ୍ତିସମ୍ପନ୍ନ ଅଞ୍ଚଳ ଶାନ୍ତିନଗର ନିବାସୀ ଆଜି ଜିଲ୍ଲା ପ୍ରଶାସନ ପାଖରେ ଫେରାଦ ହୋଇ ଏଥର ଭୋଟ ବର୍ଜନ କରିବା ବିଷୟରେ ଜଣାଇଛନ୍ତି । ସେମାନେ କହିବା ଅନୁସାରେ ତାଙ୍କ ଅଞ୍ଚଳରେ ପ୍ରାୟ ୫୦୦ ସମ୍ପନ୍ନ ପରିବାର ବସବାସ କରନ୍ତି ଓ ସେମାନଙ୍କ ପାଖରେ ପ୍ରାୟ ୨୦୦୦ ମତଦାତା ଅଛନ୍ତି ତଥାପି ସେଠାରେ ଯିବା ଆସିବା ପାଇଁ ଭଲ ରାସ୍ତା ଦିଆ ଯାଇ ନାହିଁ । ଇତିମଧ୍ୟରେ ସେଠାରେ ସରକାରଙ୍କ ପକ୍ଷରୁ ଏକ ହାଇଡ୍ରୋଲଜି ଅଫିସ ସ୍ଥାପନ କରା ଯିବାରୁ ଭବିଷ୍ୟତ ରେ ତାଙ୍କ ପାଇଁ ଆଉ ରାସ୍ତା ନିର୍ମାଣ ହୋଇ ପାରିବ ନାହିଁ । ଏହି ସମସ୍ୟା ବିଷୟରେ ପୂର୍ବରୁ ଜିଲ୍ଲାପାଳ ଙ୍କୁ ଅବଗତ କରାଯାଇଛି ଓ ସେ ଏହି ବାବଦରେ ବିହିତ କାର୍ଯ୍ଯାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । କିନ୍ତୁ ସେଠାରେ ଏପର୍ଯ୍ୟନ୍ତ କୌଣସି ଆଖିଦୃଶିଆ କାର୍ଯ୍ଯାରମ୍ଭ ହୋଇ ନ ଥିବାରୁ ସେଠାକାର ଭୋଟଦାତା ବାଧ୍ୟ ହୋଇ ଏଥର ମତଦାନ ରୁ ବିରତ ରହିବାର ନିଷ୍ପତ୍ତି ନେଇଛନ୍ତି । ସେମାନେ ପୁଣି ଜଣାଇଛନ୍ତି ଯେ ଉକ୍ତ ସରକାରୀ ଅଫିସ ସ୍ଥାନରେ ପୂର୍ବରୁ ଏକ ଜଳାଶୟ ଥିଲା ଓ ଏପରି ସ୍ଥଳେ ସେଠାରେ କୌଣସି ଭବନ ନିର୍ମାଣ ପାଇଁ ସର୍ଵୋଚ୍ଚ ଅଦାଲତ ମଧ୍ୟ ବାରଣ କରିଛନ୍ତି ।

hiring
hiranchal ad1
Leave A Reply

Your email address will not be published.

seventeen − one =