ପଶ୍ଚିମ ଓଡିଶା ନେତା ହୋଇପାରନ୍ତି ପିସିସି ସଭାପତି

0 210

ନୂଆଦିଲ୍ଲୀ: ନୂଆଦିଲ୍ଲୀ ୧୨ ତୁଗଲକ ଲେନ ରାହୁଲ ଗାନ୍ଧୀଙ୍କ ଘରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ସମସ୍ତଙ୍କ ସହିତ ଆଲୋଚନା କରିଛନ୍ତି ରାହୁଲ । ରାଜ୍ୟ ପିସିସିକୁ ଖୁବଶୀଘ୍ର ମିଳିବ ନୂଆ ଚେହେରା । ରାଜ୍ୟ ପିସିସି ପରିବର୍ତ୍ତନ ସହ ସାଂଗଠନିକ ସ୍ଥିତି ନେଇ ଚର୍ଚ୍ଚା ହୋଇଛି । ଓଡ଼ିଶା କଂଗ୍ରେସ ପ୍ରଭାରୀ, ସମସ୍ତ ୯ ଜଣ ବିଧାୟକ, ପୂର୍ବତନ ପିସିସି ପ୍ରମୁଖ ଏହି ଆଲୋଚନାରେ ଉପସ୍ଥିତ ଥିଲେ । ବୈଠକରେ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପରିବର୍ତ୍ତନର ସଂକେତ ଦେଇଛନ୍ତି । ଆସନ୍ତାକାଲି ନୂଆ ନାମ ଘୋଷଣା ସମ୍ଭାବନା ରହିଥିବା ବେଳେ ପଶ୍ଚିମ ଓଡ଼ିଶା ନେତା ପିସିସି ସଭାପତି ହୋଇପାରନ୍ତି ବୋଲି ଆଲୋଚନା ହେଉଛି ।
ନିରଞ୍ଜନ କହିଛନ୍ତି ଯେ, ମୁଁ ସ୍ପଷ୍ଟ ଭାବେ ମନା କରିଛି ଆଉ ଦାଇତ୍ୱରେ ରହିବି ନାହିଁ । ଅସୁସ୍ଥତା ଯୋଗୁଁ ମୁଁ ୨ ବର୍ଷ ଆଗରୁ ଏ ନେଇ ସୂଚନା ଦେଇଛି । ପରିବର୍ତ୍ତନ ହେବା ଦରକାର ବୋଲି ସେ କହିଛନ୍ତି । ଆଜି ସନ୍ଧ୍ୟା ୬ ଟା ୧୦ ରେ ସମସ୍ତେ ଓଡିଶା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଘରେ ପହଞ୍ଚିଥିଲେ । ୬.୨୯ରେ ରାହୁଲ ଗାନ୍ଧୀ ତାଙ୍କ ବାସଭବନରୁ ଆସି ଆଲୋଚନା କରିଥିଲେ । ୭.୨୫ ବେଳକୁ ଓଡ଼ିଶା କଂଗ୍ରେସ ନେତା ବାସଭବନରୁ ବାହାରି ଥିଲେ । ପ୍ରାୟ ଏକ ଘଣ୍ଟା ଧରି ଏହି ଆଲୋଚନା ଚାଲିଥିଲା ।

hiranchal ad1
Leave A Reply

Your email address will not be published.

three − 1 =