ଏସିଆ କପ୍‌ : ଭାରତୀୟ ଦଳରେ ୪ ଓଡିଆ

0 28

ନୂଆଦିଲ୍ଲୀ: ଓଡ଼ିଶାବାସୀ ତଥା ରାଜ୍ୟର କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସି ଖବର । ଆସନ୍ତା ୨୩ରୁ ଆରମ୍ଭ ହେବାକୁ ଯାଉଥିବା ପୁରୁଷ ଏସିଆ କପ ହକି ପାଇଁ ଆଜି ଘୋଷଣା ହୋଇଛି ଭାରତୀୟ ଦଳ । ହକି ଇଣ୍ଡିଆ ପକ୍ଷରୁ ଘୋଷିତ ୨୦ ଜଣିଆ ଭାରତୀୟ ଦଳରେ ଓଡିଶାର ୪ ଜଣ ଖେଳାଳି ସ୍ଥାନ ପାଇଛନ୍ତି । ଏସିଆ କପ ହକିରେ ଭାରତୀୟ ଟିମର ନେତୃତ୍ୱ ନେବେ ଅଭିଜ୍ଞ ରୂପିନ୍ଦର ପାଲ ସିଂହ । ତାଙ୍କ ଡେପୁଟି ଭାବେ ବୀରେନ୍ଦ୍ର ଲାକ୍ରା ନିଯୁକ୍ତି ପାଇଛନ୍ତି । ବୀରେନ୍ଦ୍ର ଲାକ୍ରାଙ୍କ ଛଡ଼ା,ଭାରତୀୟ ଟିମ୍‌ରେ ଓଡିଶାର ଦୀପସାନ୍‌ ତୀର୍କି,ନୀଲମ୍‌ ସଂଜୀବ ଖେସ୍‌ ଓ ଅଭିଷେକ ଲାକ୍ରା ରହିଛନ୍ତି । ଆସନ୍ତା ମେ’ ୨୩ରୁ ଜୁନ୍‌ ୧ ତାରିଖ ଯାଏ ଇଣ୍ଡୋନେସିଆର ଜାକର୍ତ୍ତାରେ ଏସିଆ କପ ଅନୁଷ୍ଠିତ ହେବ । ବିଶ୍ୱକପ ଯୋଗ୍ୟତା ପାଇଁ ଟୁର୍ଣ୍ଣାମେଣ୍ଟରେ ସୁଯୋଗ ରହିବ । ଭାରତ ପୁଲ ଏରେ ରହିଛି । ଏହି ପୁଲରେ ଭାରତ ବ୍ୟତୀତ ଜାପାନ, ପାକିସ୍ତାନ ଓ ଆୟୋଜକ ଇଣ୍ଡୋନେସିଆ ରହିଛି । ସେହିପରି ପୁଲ ବି’ରେ ମାଲେସିୟା, କୋରିଆ, ଓମାନ ଓ ବାଂଲାଦେଶ ସ୍ଥାନ ପାଇଛନ୍ତି । ଭାରତୀୟ ଟିମ୍‌ର ନିୟମିତ ଅଧିନାୟକ ମନପ୍ରୀତ ସିଂହ ଏସିଆ କପ ଖେଳିବେ ନାହିଁ । ତେଣୁ ରୂପିନ୍ଦର ପାଲ ସିଂହ ଭାରତର ନେତୃତ୍ୱ ନେବେ । ଉପ ଅଧିନାୟକ ଭାବେ ବୀରେନ୍ଦ୍ର ଲାକ୍ରା ଦଳକୁ ସମ୍ଭାଳିବେ । ସେହିପରି ଭାରତୀୟ ସିନିୟର ହକି ଟିମ୍‌ରେ ଏକାଥରକେ ୧୦ ଜଣ ନୁଆ ଖେଳାଳି ସ୍ଥାନ ପାଇଛନ୍ତି । ଏମାନଙ୍କ ମଧ୍ୟରେ ଜୁନିୟର ବିଶ୍ୱକପ ଖେଳିଥିବା ୟାଶଦୀପ ସିୱାଚ,ଅଭିଷେକ ଲାକ୍ରା,ମନଜୀତ,ବିଷ୍ଣୁକାନ୍ତ ସିଂହ ଓ ଉତ୍ତମ ସିଂହ ରହିଛନ୍ତି । ଦଳରେ ନୂଆ ମୁହଁ ଭାବେ ଏମ ଶକ୍ତିଭେଲ,ଏସ୍‌ ଗୌଡା ବିଏମ,ପବନ ରାଜବର,ଅବର୍ଣ୍ଣ ସୁଦେବ ଓ ଏସ୍‌ କାର୍ତ୍ତିକ ସ୍ଥାନ ପାଇଛନ୍ତି । ଗୋଲ କିପର ଭାବେ ପଙ୍କଜ କୁମାର ରଜକ ଓ ସୁରଜ କାରକେରା ରହିଛନ୍ତି । ଦଳରେ ଓଡ଼ିଶାରୁ ୪ ଜଣ ସ୍ଥାନ ପାଇଥିବାରୁ ବିଭିନ୍ନ ମହଲରେ ଖୁସି ପ୍ରକାଶ ପାଇଛି ।

hiranchal ad1
Leave A Reply

Your email address will not be published.

four × 3 =