ଇସ୍ତଫା ଦେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

0 25

କଲମ୍ବୋ: ଶ୍ରୀଲଙ୍କାରେ ପରିସ୍ଥିତି ଆହୁରି ସାଂଘାତିକ ହୋଇପଡ଼ିଛି । ଆଜି ରାଜଧାନୀ କଲମ୍ବୋ ସମେତ ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସା ଘଟିଛି । ଏହି ହିଂସା ତଥା ସଂଘର୍ଷରେ ଶାସକ ଦଳର ଜଣେ ସାଂସଦଙ୍କର ମୃତ୍ୟୁ ଘଟିଛିି । ଆନ୍ଦୋଳନକାରୀମାନେ ଆଜି ବହୁ ସଂଖ୍ୟାରେ ଗାଡ଼ି ପୋଡ଼ାଜଳା କରିବା ପରେ ରାଷ୍ଟ୍ରପତିଙ୍କ ଘରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏହାପରେ ହିଁ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେହିପରି ଶ୍ରୀଲଙ୍କାର ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଫେସର ଚନ୍ନା ଜୟସୁମାନା ରାଷ୍ଟ୍ରପତିଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଶ୍ରୀଲଙ୍କାରେ ଆର୍ଥିକ ସ୍ଥିତି ସଙ୍ଗିନ ହେବା ପରେ ପରିସ୍ଥତି ଅଣାୟତ୍ତ ହୋଇପଡିଛି । ଖାଦ୍ୟ ସାମଗ୍ରୀର ଦର ଆକାଶ ଛୁଆଁ ହେବା ସହ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଘୋର ଅଭାବ ସୃଷ୍ଟି ହୋଇଥିଲା । ବଞ୍ଚିବା ମୁସକିଲ ହେବା ପରେ ଲୋକେ ରାଜରାସ୍ତାକୁ ଆସି ଆନ୍ଦୋଳନ କରିଥିଲେ । ଶ୍ରୀଲଙ୍କାର ରାଷ୍ଟ୍ରପତିଙ୍କ ବିରୋଧରେ ଜୋରଦାର ନାରାବାଜି କରିଥିଲ । ଦେଶବ୍ୟାପି ଆନ୍ଦୋଳନ ତୀବ୍ର ହୋଇଥିଲା । ଏହା ପରେ ସରକାର ଆନ୍ଦୋଳନକୁ ପ୍ରଶମିତ କରିବା ପାଇଁ କର୍ଫ୍ୟୁ ଲାଗୁ କରିଥିଲେ । ତଥାପି ଆନ୍ଦୋଳନ ଜାରି ରହିଛି । ପ୍ରାୟ ମାସେରୁ ଅଧିକ ଧରି ଦେଶରେ ଆନ୍ଦୋଳନ ଜାରି ରହିଛି । ଏଥିସହ ଦେଶରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ପରିସ୍ଥିତି ଭୟଙ୍କର ରୂପ ଧାରଣ କରୁଥିବାରୁ ଶେଷରେ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷ ଇସ୍ତଫା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

thirteen − ten =