ବଟଲର ହେବେ ଇଂଲଣ୍ଡ ଦିନିକିଆ ଦଳର ପରବର୍ତ୍ତୀ ଅଧିନାୟକ !

0 49

ନୂଆଦିଲ୍ଲୀ : ଇଅନ ମୋର୍ଗାନଙ୍କ ପରେ ଇଂଲଣ୍ଡର ଦିନିକିଆ ଦଳର ଅଧିନାୟକ କିଏ ହେବେ,ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ଭିତରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ୍‌ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ସେ କହିଛନ୍ତି,ମୋର ପୂରା ବିଶ୍ୱାସ,ଜୋସ୍‌ ବଟଲର ହିଁ ଇଂଲଣ୍ଡର ପରବର୍ତ୍ତୀ ସୀମିତ ଓଭର ଫର୍ମାଟର ଅଧିନାୟକ ହେବେ । ଇଓନ ମୋର୍ଗାନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ବୋଲି ସୂଚନା ଦେବା ପରଠୁ ସୀମିତ ଓଭର ଫର୍ମାଟରେ କିଏ ଇଂଲଣ୍ଡର ଅଧିନାୟକ ହେବେ ସେନେଇ ଏକ ଆଲୋଚନା ଚାଲିଛି । ଏହି ମାମଲାରେ ଜୋସ୍‌ ବଟଲର ଏବଂ ମୋଇନ୍‌ ଅଲିଙ୍କ ନାମ ଆଗରେ ରହିଛି । ୩୫ ବର୍ଷୀୟ ମୋର୍ଗାନ୍‌ ୧୨୬ ଟି ଦିନିକିଆ ଏବଂ ୭୨ ଟି -୨୦ ଆନ୍ତର୍ଜାତୀୟ ମ୍ୟାଚରେ ଇଂଲଣ୍ଡର ନେତୃତ୍ୱ ନେଇଛନ୍ତି । ଜୋସ୍‌ ବଟଲର୍‌ ୨୦୧୫ ଠାରୁ ତାଙ୍କର ଡେପୁଟି ଭାବରେ କାର୍ଯ୍ୟ କରିଛନ୍ତି । ମୋର୍ଗାନ୍‌ କିଛି ସମୟ ପାଇଁ ଖରାପ ଫର୍ମ ଏବଂ ଫିଟନେସ୍‌ ସମସ୍ୟାଦେଇ ଗତି କରିଥିଲେ । ଭନ କହିଛନ୍ତି ଯେ ମୋରପୂରା ବିଶ୍ୱାସ ଯେ ବଟଲର ହିଁ ତାଙ୍କ(ମୋର୍ଗାନ) ସ୍ଥାନ ନେବେ । ସେ ଧଳା ବଲ୍‌ କ୍ରିକେଟ୍‌ର ସର୍ବୋତ୍ତମ ଖେଳାଳି । ତାଙ୍କର ଏକ ଭଲ କ୍ରିକେଟ୍‌ ମସ୍ତିଷ୍କ ଅଛି ଏବଂ ସେ କ୍ୟାପ୍‌ଟେନ୍ସି ପାଇଁ ଆବଶ୍ୟକ ଧୈର୍ଯ୍ୟ ଅଛି ।

hiranchal ad1
Leave A Reply

Your email address will not be published.

nineteen − seven =