ସ୍ଥାୟୀ ପଟ୍ଟା ପ୍ରଦାନ ଦାବୀରେ ତହସିଲ କାର୍ଯ୍ୟାଳୟ ଘେରାଉ

0 45

ସମ୍ବଲପୁର:ସମ୍ବଲପୁର ପୌରାଞ୍ଚଳ, ବୁର୍ଲା ଓ ହୀରାକୁଦ ବିଜ୍ଞାପିତ ଅଞ୍ଚଳ ପରିଷଦ ତଥା ୧୨ ଗୋଟି ପଞ୍ଚାୟତକୁ ନେଇ ୨୦୧୩ରେ ସମ୍ବଲପୁର ମହାନଗର ନିଗମର ଘୋଷଣା କରାଗଲା । ଦୀର୍ଘ ୯ ବର୍ଷ ପରେ ମଧ୍ୟ ସ୍ଥିତି ଯଥା ପୂର୍ବମ ତଥା ପରମ ହୋଇରହିଛି । ମହାନଗର ନିଗମ ଅଞ୍ଚଳବାସୀ ସେମାନଙ୍କ ନିର୍ବାଚିତ ପ୍ରତିନିଧି ଓ ନିଗମ ନିବାସୀ ନାଁ’ରେ ସର୍ବନିମ୍ନ ପୌର ସୁବିଧା ଆଦିରୁ ବଞ୍ଚିତ ରହିଛନ୍ତି । ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ସାଜିଛି ଦୁର୍ନୀତିର ଗନ୍ତାଘର । ଏମିତି ଅନେକ ସମସ୍ୟା ଘେରରେ ରହିଥିବା ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ ଅଦ୍ଭୁତ ସମସ୍ୟାରେ ଛନ୍ଦି ହୋଇଛନ୍ତି ସାମିଲ ହୋଇଥିବା ୧୨ ଗୋଟି ପଞ୍ଚାୟତବାସୀ । ମହାନଗର ନିଗମରେ ଯୋଡି ହୋଇଥିବା ୧୨ ଗୋଟି ପଞ୍ଚାୟତବାସୀ ପୌର ସୁବିଧାରୁ ସମ୍ପୂର୍ଣ୍ଣ ବଞ୍ଚିତ ରହିଛନ୍ତି । ମହାନଗର ନିଗମ ବିଜ୍ଞପ୍ତି ପ୍ରକାଶ ପରେ ସେମାନେ ନା ପାଇଛନ୍ତି ଗ୍ରାମାଞ୍ଚଳର ସୁବିଧା ନା ପାଉଛନ୍ତି ପୌରାଞ୍ଚଳର ସୁବିଧା । ଏହାକୁ ନେଇ ବିଭିନ୍ନ ସମୟରେ ଅନେକ ଆନ୍ଦୋଳନ କଲାପରେ ମଧ୍ୟ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ପ୍ରଶାସନର ନିଦ୍ରା ଭଙ୍ଗ ହେଉ ନାହିଁ । ମହାନଗର ନିଗମ ଅଞ୍ଚଳବାସୀ ନା ପାଉଛନ୍ତି କେନ୍ଦ୍ରୀୟ ଯୋଜନାର ସୁଫଳ ନା ରାଜ୍ୟ ସରକାରଙ୍କ ଯୋଜନାର ଲାଭ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ଲୋକଙ୍କୁ ପକ୍କାଘର ଖଣ୍ଡିଏ ଦେବାପାଇଁ କେନ୍ଦ୍ର ସରକାର ଦେଉଛନ୍ତି ହଜାର ହଜାର କୋଟି ଟଙ୍କାର ଅନୁଦାନ ।

hiring

କିନ୍ତୁ, ନିଷ୍କ୍ରିୟ ଅପାରଗ ସ୍ଥାଣୁ ପ୍ରଶାସନ ପାଇଁ ବର୍ଷ ବର୍ଷ ବିତିଗଲା ପରେ ମଧ୍ୟ ଗରିବ ପରିବାର ପାଇ ପାରୁ ନାହାଁନ୍ତି ଯୋଜନାରୁ କିଛି ଲାଭ । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମ୍ପୂର୍ଣ୍ଣ ଆର୍ଥିକ ସହାୟତାର ସୁବିଧା ରହିଛି କିନ୍ତୁ ରାଜ୍ୟ ସରକାର ଭୂମିହୀନଙ୍କୁ ସ୍ଥାୟୀ ଜମି ପଟ୍ଟା ପ୍ରଦାନ କରିବାରେ ସମ୍ପୂର୍ଣ୍ଣ ବିଫଳ । ଏହି ମର୍ମରେ ଆଜି ମାନେଶ୍ୱର ବ୍ଲକ ଅନ୍ତର୍ଗତ ପୁରୁଣା ପାଞ୍ଚୋଟି ପଞ୍ଚାୟତ ମାନେଶ୍ୱର, ଗୁଣ୍ଡେରପୁର, ମଠପାଲି, ସିନ୍ଦୁରପଙ୍କ, ଠେମରା ପଞ୍ଚାୟତର ଲୋକେ ଘେରିଥିଲେ ମାନେଶ୍ୱର ତହସିଲ କାର୍ଯ୍ୟାଳୟ । ରେଙ୍ଗାଲି ବିଧାୟକ ଓ ଭାରତୀୟ ଜନତା ପାର୍ଟି ନେତା ନାଉରି ନାୟକଙ୍କ ନେତୃତ୍ୱରେ ପ୍ରାୟ ପାଞ୍ଚ ଶହରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଆଜି ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ସେଠାରେ ପରିସ୍ଥିତି ଅନାୟତ୍ତ ହେବାରୁ ଶେଷରେ ତହସିଲଦାର ଅଜୟ ଟିୱାରି ଆସି ଆନ୍ଦୋଳନକାରୀଙ୍କ ସହ ନିଜେ ଆଲୋଚନା କରିଥିଲେ । ଆସନ୍ତା ଦୁଇ ମାସ ମଧ୍ୟରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଲାପରେ ଆନ୍ଦୋଳନକାରୀ ମାନେ ଆନ୍ଦୋଳନରୁ ଓହରିଥିଲେ । ଆଜିର ଆନ୍ଦୋଳନରେ ମାନେଶ୍ୱର ବ୍ଲକ ଅଧକ୍ଷା ରୁକ୍ମିଣୀ ମହାନନ୍ଦ, ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର ମିଶ୍ର, ସାଂସଦ ପ୍ରତିନିଧି ରମେଶ ପ୍ରଧାନ, ପାରିବ ଧନୁପାଲି ମଣ୍ଡଳ ସଭାପତି ପ୍ରକାଶ ସାହୁ, ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଭରତ ସାହୁ, ଅନିଲ ବର୍ମା, ଭବାନୀ ସୋହେଲା, ବିଭୁତି ପଣ୍ଡା, ଚନ୍ଦନ ସାହାଣୀ, ସବିତା ପାଣିଗ୍ରାହୀ, ସଂଯୁକ୍ତା ସେଠ, ସୁଜାତା ଗୁରୁ, ନିଲିମା ବେହେରା, ମୃତ୍ୟୁଞ୍ଜୟ ସାହୁ, ମଣ୍ଟୁ ଅଗ୍ରୱାଲ, ଗୋପାଳ ଅଗ୍ରୱାଲ ଓ କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ପ୍ରମୁଖ ସାମିଲ ରହିଥିଲେ ।

hiranchal ad1
Leave A Reply

Your email address will not be published.

3 × 2 =