ଜୁଲାଇ ୧ରୁ ସାରା ଦେଶରେ ନିଷିଦ୍ଧ ହେବ ପ୍ଲାଷ୍ଟିକ୍‌

0 64

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧ରୁ ଭାରତରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌ ( ଥରେ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ) ନିଷିଦ୍ଧ ହେବ । ଏ ଧରଣର ପ୍ଲାଷ୍ଟିକ ଯୋଗୁଁ ହେଉଥିବା ପରିବେଶ ପ୍ରଦୂଷଣକୁ ରୋକିବା ଓ ନିଜର ଅନ୍ତର୍ଜାତୀୟ ପରିବେଶ ସୁରକ୍ଷା ଲକ୍ଷ୍ୟ ହାସଲ ପାଇଁ ଭାରତ ଏହି ପଦକ୍ଷେପ ନେବାକୁ ଯାଉଛି ।
ଏକ ନିର୍ଦ୍ଦିଷ୍ଟ ମାନଦଣ୍ଡ ବିଶିଷ୍ଟ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକର ଉତ୍ପାଦନ, ଆମଦାନୀ, ବିକ୍ରି ଓ ବ୍ୟବହାର ଉପରେ ନିଷେଧାଜ୍ଞା ଲାଗିବ । ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛି ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାଦନକାରୀ ଶିଳ୍ପ ସଂଘ ଆଇଏଟିଏ । ସରକାର ଗୋଟିଏ ଥରରେ ସବୁପ୍ରକାରର ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ଉପରେ ନିଷେଧାଜ୍ଞା ଲଗାଇବା ବଦଳରେ ପର୍ଯ୍ୟାୟକ୍ରମେ କଟକଣା ଲଗାନ୍ତୁ ବୋଲି ସଂଘ ଦାବି କରିଛି ।

hiranchal ad1
Leave A Reply

Your email address will not be published.

fourteen + two =