ଅଗ୍ନିବୀର ହେବାକୁ ଯୁବକମାନଙ୍କ ମଧ୍ୟରେ ବଢୁଛି ଆଗ୍ରହ, ୪ ଦିନ ୯୪ ହଜାର କଲେଣି ଆବେଦନ

0 47

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ଅଗ୍ନିବୀରଙ୍କ ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି । ଦେଶବ୍ୟାପୀ ବିରୋଧ ସତ୍ତେ୍ୱ ଏହି ଯୋଜନା ପ୍ରତି ଯୁବକଙ୍କ ଆଗ୍ରହ ସୃଷ୍ଟି ହୋଇଥିବା ଜଣାପଡିଛି । ମାତ୍ର ୪ ଦିନ ମଧ୍ୟରେ ଅଗ୍ନିପଥ ଯୋଜନାରେ ସାମିଲ ହେବାକୁ ୯୪ହଜାର ଅଧିକ ଯୁବକ ଆବେଦନ କରିଥିବା ଜମାପଡିଛି । ଭାରତୀୟ ବାୟୁସେନା (ଆଇଏଏଫ୍‌) ସୂତ୍ରରୁ ଜଣାପଡିଛି ଯେ, ଶୁକ୍ରବାରଠାରୁ ଅଗ୍ନିପଥ ଭର୍ତ୍ତି ପାଇଁ ଶୁକ୍ରବାର ଠାରୁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆରମ୍ଭ ହେବାର ମାତ୍ର ୪ ଦିନରେ ୯୪,୨୮୧ ଯୁବକ ଆବେଦନ କରିଥିବା ବାୟୁସେନା ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ଜୁନ୍‌ ୧୪ରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା । ଏହାପରେ ପ୍ରାୟ ସପ୍ତାହ ବ୍ୟାପୀ ଏହି ଯୋଜନାକୁ ବିରୋଧ କରି ଦେଶସାରା ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କେତେକ ରାଜନୈତିକ ଦଳ ମଧ୍ୟ ଏଥିରେ ସାମିଲ ହୋଇ ଯୋଜନାକୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ । ଏହାରି ଭିତରେ ଏହି ଯୋଜନାରେ ଭର୍ତ୍ତି ହେବା ପାଇଁ ରେଜିଷ୍ଟ୍ରେସିନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରବକ୍ତା ଏ ଭାରତ ଭୂଷଣ ବାବୁ ଟ୍ୱିଟ୍‌ କରି କହିଛନ୍ତି ମୋଟ୍‌ ୯୪,୨୮୧ ଅଗ୍ନିବୀର ଆଶାୟୀ ସୋମବାର ସକାଳ ୧୦.୩୦ ସୁଦ୍ଧା ଆବେଦନ କରିଛନ୍ତି । ଏହି ପ୍ରକ୍ରିୟା ଆସନ୍ତା ଜୁଲାଇ ୫ ତାରିଖ ଯାଏଁ ଚାଲିବ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

twelve + two =