କିଶନନଗର ଥାନା ଆଇଆଇସି ସସ୍‌ପେଣ୍ଡ

0 262

କଟକ: ଦାୟିତ୍ୱରେ ଅବହେଳା ଅଭିଯୋଗ ପାଇଁ ସସ୍‌ପେଣ୍ଡ ହେଲେ କଟକ ଜିଲ୍ଲା କିଶନନଗର ଥାନା ଆଇଆଇସି ସସ୍ମିତା ରଣା । ଥାନାରୁ ନ୍ୟାୟ ନ ପାଇ କିଶନନଗର ଥାନା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରି ଜଣେ ବ୍ୟକ୍ତି ୨ ଦିନ ପୂର୍ବେ ଆଖି ବୁଜିଥିଲେ। ଏହି ଘଟଣାକୁ ନେଇ ଚାରିଆଡ଼ୁ ପୁଲିସ୍‌ ସମାଲୋଚନାର ଶିକାର ହେବା ପରେ ସସ୍ମିତା ରଣାଙ୍କୁ ନିଲମ୍ବନ କରିଛନ୍ତି ପୁଲିସ୍‌ ଡିଜି ସୁନୀଲ ବଂଶଲ।

hiring

ସୂଚନାଯୋଗ୍ୟ, ଗତ ଗୁରୁବାର କଟକ ଜିଲ୍ଲା କିନନଗର ଥାନା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରି ଗୁରୁତର ହୋଇ ପଡ଼ିଥିବା ଇଷାଣୀ ବ୍ରହ୍ମପୁରର ଗୁଣନିଧି ବିଶୋୟୀଙ୍କୁ କଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦିନକ ପରେ ସେ ଆଖି ବୁଜିଥିଲେ।

hiranchal ad1
Leave A Reply

Your email address will not be published.

fourteen + 3 =