କଣ୍ଟାବାଞ୍ଜି ହସ୍ପିଟାଲ ସମସ୍ୟା,ନିରାକରଣ ନିମନ୍ତେ ଦାବି ପତ୍ର ପ୍ରଦାନ

0 166

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ସମ୍ବନ୍ଧିତ ଅବହେଳା ଓ ଅବ୍ୟବସ୍ଥିତ ପରିଚାଳନା କାରଣରୁ ରୋଗୀଙ୍କ ପରିବାର ପକ୍ଷରୁ ଅନେକ ଥର ବିରୋଧ ଓ ପ୍ରତିରୋଧ ଦେଖିବାକୁ ମିଳିଛି । ଏହା ବ୍ୟତୀତ ପରିଚାଳନା ତ୍ରୁଟି ମଧ୍ୟ ରହିଛି , ଅତି ଆବଶ୍ୟକ ସେବା ସମୟରେ ନିୟୋଜିତ ଡାକ୍ତରଙ୍କ ଘରୋଇ କ୍ଲିନିକ ସେବାକୁ ସମ୍ପୂର୍ଣ୍ଣ ରୂପେ ବିରୋଧ କରିଛନ୍ତି ଯୁବକ ଗୋଷ୍ଠୀ । ଖାଲି ପଡିଥିବା ଡାକ୍ତର ଓ କର୍ମଚାରୀ ପଦ ପୂରଣ ସହ ମହିଳା ପ୍ରସୂତି ସମୟରେରେ ବ୍ୟାପକ ଲାଞ୍ଚ କାରବାର କୁ ତୀବ୍ର ନିନ୍ଦା କରିବା କରାଯାଇ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଯୁବକ ଗୋଷ୍ଠୀ । ସେହିପରି ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ତିଆରି ହୋଇଥିବା ପରିସ୍କାର ଗୃହ ଓ ଶୌଚାଳୟ ନିୟମିତ ସଫା ନ ହେଉଥିବାରୁ ରୋଗୀ ଅସୁବିଧା ସମ୍ମୁଖୀନ ହେଉଛନ୍ତି, ୨ ବର୍ଷରୁ ବନ୍ଦ ରହିଥିବା ଏକ୍ସରା ମେସିନ ସେବା ତୁରନ୍ତ କାର୍ଯ୍ୟକ୍ଷମ କରିବା ସହ ଚିକିତ୍ସିତ ରୋଗୀ ପାଇଁ ସ୍ୱଚ୍ଛ ପାନୀୟ ଜଳ ଓ ଆବଶ୍ୟକ ଦାଲଟୀ ଯୋଗାଇବାକୁ ଦାବି ଆଦି ପ୍ରମୁଖ ସମସ୍ୟା ଉପରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ୧୫ ଦିନ ମଧ୍ୟରେ ଏ ନିରକାରଣ ଦାବି କରିଛନ୍ତି ଯୁବକ ଗୋଷ୍ଠୀ । ଯଦି ନିରାକରଣ ନହୁଏ ତେବେ ଆଗାମୀ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି । ଏଥିରେ ଯୁବକ ଗୋଷ୍ଠୀର ସଦସ୍ୟ ବେଦବ୍ୟାସ ନାଗ, ଚୈତନ୍ୟ ହଂସ, ଆଲୋକ ପୁଟେଲ, ଟେକରାମ ବେଶନ, ବିଶ୍ୱଜିତ ଭୁକ୍ତା, କାହ୍ନା ବଂଚୋର, ଉମେଶ ରଣା, ବିକାଶ ପୁଟେଲ ସହିତ ବହୁସଂଖ୍ୟକ ଯୁବକ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

fifteen − 13 =