ସମଲେଈ ଯୋଜନାରେ ଗୋପାଲଜୀ ମଠର ବିକାଶ ସାମିଲ: ସମ୍ବଲପୁର ଜିଲ୍ଲାପାଳ

0 128

ସମ୍ବଲପୁର: ଆଜି ସକାଳୁ ଗୋପାଲଜୀ ମଠ ପରିଦର୍ଶନ କରିବା ସହିତ ସେଠାକାର ବସ୍ତୁସ୍ଥିତି ଅନୁଧ୍ୟାନ କଲାପରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଏହି ଐତିହ୍ୟ ସମ୍ପନ୍ନ ମଠର ବିକାଶ ପ୍ରତି ମନ ବଳାଇଛନ୍ତି । ସେତେବେଳେ ତାଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ ଓ ସମଲେଈ ଯୋଜନାର କିଛି ଅନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ରହି ଆବଶ୍ୟକ ସୂଚନା ପ୍ରଦାନ କରିଥିଲେ । ଏବିଷୟରେ ମଠର ମହନ୍ତ ହୃଷିକେଶ ଦାସ ଓ ସେଠାରେ ଉପସ୍ଥିତ କିଛି ବରିଷ୍ଠ ନାଗରିକଙ୍କ ସହିତ ଆଲୋଚନା ସହ ଜିଲ୍ଲାପାଳ କହିବା ଅନୁସାରେ ପ୍ରାୟ ଚାରିଶହ ବର୍ଷରୁ ଉର୍ଦ୍ଧ୍ୱ ପୁରାତନ ଏହି ମଠ କେବଳ ମାତ୍ର ସମ୍ବଲପୁର ଜିଲ୍ଲା କାହିଁକି ବରଂ ଏହି ଅଞ୍ଚଳର ଗର୍ବ ଓ ଗୌରବ, ଏଣୁ ଏହି ଐତିହ୍ୟ ପୀଠର ବିକାଶ ପାଇଁ ସେ ଆଗ୍ରହୀ ।ଏବେ ସମଲେଈ ଯୋଜନା ପାଇଁ ଜମି ଆବଶ୍ୟକ ଥିବାରୁ ସଂଲଗ୍ନ ଗୋପାଲଜୀ ମଠର କିଛି ଜମି ନେବାକୁ ସେମାନେ ବାଧ୍ୟ, କିନ୍ତୁ ଏହି ଯୋଜନାରେ ଏହି ଐତିହ୍ୟ ପୀଠକୁ ସାମିଲ କରି ଏହାର ବିକାଶ ପାଇଁ ଚିନ୍ତା କରାଯାଉଛି । ଏହି ମଠର ପଛପଟେ ଆବଶ୍ୟକ ମୁତାବକ ଫୁଲ ଓ ଫଳ ଗଛ ଲଗାଯିବ ଓ ସେଠାରେ ଆଗ୍ରହୀ ସ୍ଥାନୀୟ ଲୋକଙ୍କ ପାଇଁ ଯୋଗ ଓ ପ୍ରାଣାୟାମ ସୁବିଧା ମଧ୍ୟ ନିର୍ମିତ କରାଯିବ । ମଠ ପରିସରରେ ଏକ ଦ୍ୱିତଳୀୟ ଧର୍ମଶାଳା, ଯଜ୍ଞ ମଣ୍ଡପ ଉପରେ ଆଉ ଏକ ତଳ ସହିତ ଏକ ନୂତନ ମୁଖ୍ୟଦ୍ୱାର ନିର୍ମାଣ କରାଯିବ । ଏହାପୂର୍ବରୁ ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକଙ୍କ ଏକ ଶିଷ୍ଟ ମଣ୍ଡଳୀ ସାକ୍ଷାତ କରିଥିଲେ ଓ ସମଲେଈ ଯୋଜନା ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଲିଖିତ ଏଗାର ସୂତ୍ର ସମ୍ବଳିତ ଏକ ଦାବିପତ୍ର ଦେଇଥିଲେ । ସେମାନଙ୍କ ସହିତ ଆଲୋଚନା ପରେ ଜିଲ୍ଲାପାଳଙ୍କ ଆଜିକାର ପରିଦର୍ଶନ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା

hiranchal ad1
Leave A Reply

Your email address will not be published.

4 + 14 =