ତିନି ଝିଅ ପରେ ପୁଅ ଚାହୁଁଥିଲେ; ଏକାଥରକେ ଜନ୍ମ ନେଲେ ୪ ଶିଶୁ, ଏବେ ଅଟୋ ଡ୍ରାଇଭର ହେଲେ ୭ପିଲାର ବାପା

0 206

ଉତ୍ତରପ୍ରଦେଶର ଆଗ୍ରାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଜଣେ ଅଟୋଡ୍ରାଇଭରଙ୍କ ପତ୍ନୀ ଏକାଥରକେ ୪ ଶିଶୁ ଜନ୍ମ ଦେଇଛନ୍ତି, ଯାହା ଏବେ ପୁରା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବର୍ତ୍ତମାନ ମାଆ ଓ ୪ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ରହିଛି । ସମସ୍ତେ ଏବେ ଡାକ୍ତରଙ୍କ ତତ୍ତ୍ୱାବଧାନାରେ ରହିଛନ୍ତି । ଶିଶୁମାନଙ୍କର ପିତା ମନୋଜ କୁମାର ଏବେ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି । ଏତେଗୁଡିଏ ପିଲାଙ୍କ ସେ ଏବେ କେମିତି ଲାଳନପାଳନ କରିବେ । ସେ ଡକ୍ଟର ଓ ସରକାରଙ୍କ ନିକଟରେ ତାଙ୍କୁ ସାହାଯ୍ୟ ସହଯୋଗ କରିବାକୁ ଗୁହାରି କରିଛନ୍ତି । ସେ କହିଛନ୍ତି ଏକାସାଥୀରେ ଏତେଗୁଡିଏ ପିଲାଙ୍କୁ ପାଳିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ।
ପ୍ରକାଶ ନଗର କଲୋନୀରେ ରହୁଥିବା ମନୋଜ କୁମାରଙ୍କ ପତ୍ନୀ ଖୁସବୁଙ୍କ ସ୍ୱାସ୍ଥ୍ୟ ସୋମାବରା ଅଚାନକ ଖରାପ ହୋଇଥିଲା । ମନୋଜ ନିଜ ପତ୍ନୀ ଟ୍ରାନ୍ସ ଯମୁନାଇଲାକେର ଜୟ ଅମ୍ବେ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଯାଞ୍ଚ ପରେ ଜଣାପଡିଥିଲା ଯେ, ମହିଳା ଜଣକ ଗର୍ଭବତୀ ଥିଲେ । ଅଲଟ୍ରାସାଉଣ୍ଡରେ ଜାଆଁଳା ଶିଶୁ ଥିବା ଜଣାପଡିଥିଲା । ଡାକ୍ତର ଟିମ୍‌ ଖୁସବୁଙ୍କ ଅପରେସନ କରିଥିଲେ । ଏଥିରେ ଡ. ପ୍ରିୟଙ୍କା ସିଂହ, ଡ. ନିଲମ ଓ ଡ. ସୂର୍ଯ ଦେବ ସାମିଲ ଥିଲେ । ଅଲଟ୍ରାସାଉଣ୍ଡ ରିପୋର୍ଟ ପରେ କୁହାଯାଉଥିଲା ଯେ, ମହିଳାଙ୍କ ପେଟରେ ଜାଆଁଳା ଶିଶୁ ଅଛନ୍ତତି । କିନ୍ତୁ ଅପରେସନ ପରେ ମହିଳା ଜଣକ ୪ ଶିଶୁଙ୍କ ଜନ୍ମ ଦେଇଥିଲେ । ଯେଉଁଥିରେ ୩ ଝିଅ ଓ ଗୋଟିଏ ପୁଅ ଅଛନ୍ତି ।

hiranchal ad1
Leave A Reply

Your email address will not be published.

two × three =