ନ୍ୟୁଜିଲାଣ୍ଡ ସହ ଦିନିକିଆ ଓ ଟି-୨୦ ସିରିଜ ଖେଳିବ ଭାରତ, ଦେଖନ୍ତୁ କାର୍ଯ୍ୟସୂଚୀ

0 124

ନୂଆଦିଲ୍ଲୀ : ଭାରତୀୟ ଟିମ୍‌ ପାଇଁ ଆଗାମୀ ୫ରୁ ୬ ମାସ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ରହିଛି । ବର୍ତ୍ତମାନ ଭାରତୀୟ ଦଳ ଦୁଇଟି ଭାଗରେ ବିଭକ୍ତ ହୋଇ ଦୁଇଟି ଭିନ୍ନ ଭିନ୍ନ ଦେଶ ଗସ୍ତରେ ଅଛି । ଗୋଟିଏ ଦଳ ଆୟର୍ଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ ଖେଳୁଥିବା ବେଳେ ଅନ୍ୟ ଏକ ଦଳ ଆସନ୍ତା ଜୁଲାଇ ୧ରୁ ଇଂଲଣ୍ଡ ବିପକ୍ଷରେ ଗତବର୍ଷଠାରୁ ବାକି ଥିବା ଟେଷ୍ଟ ସିରିଜର ଏକ ମ୍ୟାଚ ଖେଳିବ । ଏହାପରେ ଦଳକୁ ୱେଷ୍ଟଇଣ୍ଡିଜ ଗସ୍ତ କରିବାକୁ ପଡିବ । ସେହିପରି ଦଳକୁ ଏସିଆ କପ୍‌ ସହ ଅଷ୍ଟ୍ରେଲିଆରେ ହେବାକୁ ଟି-୨୦ ବିଶ୍ୱକପ ଖେଳିବାକୁ ପଡିବ । ଏହାରି ଭିତରେ ଆଉ ଏକ ଖବର ସାମ୍ନାକୁ ଆସିଛି । ଦଳକୁ ଟି-୨୦ ବିଶ୍ୱକପର ମାତ୍ର ୫ ଦିନ ପରେ ନ୍ୟୁଜିଲାଣ୍ଡ ଗସ୍ତ କରି ସେଠାରେ ୩ଟି ଦିନିକିଆ ଓ ୩ଟି ଟି-୨୦ ସିରିଜ ଖେଳିବାକୁ ପଡିବ । ଏ ସଂପର୍କରେ ଆଜି ଚୂଡାନ୍ତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଏହି ସିରିଜ ୧୮ ନଭେମ୍ବରରୁ ଆରମ୍ଭ ହୋଇ ୩୦ ନଭେମ୍ବରରେ ଶେଷ ହେବ । ପ୍ରଥମ ଟି-୨୦ ୧୮ ତାରିଖରେ ହେବାକୁ ଥିବା ବେଳେ ଦ୍ୱିତୀୟ ୨୦ ଓ ତୃତୀୟ ଟି-୨୦ ୨୨ ତାରିଖରେ ଅନୁଷ୍ଠିତ ହେବ । ସେହିପରି ୨୫ ତାରିଖରେ ପ୍ରଥମ ଦିନିକିଆ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ୨୭ ଓ ତୃତୀୟ ମ୍ୟାଚ୍‌ ୩୦ ତାରିଖରେ ଖେଳାଯିବ ।

hiranchal ad1
Leave A Reply

Your email address will not be published.

seven − one =