ପ୍ରବଳ ଜ୍ବର ଏବେ କୋଭିଡ୍‌ର ପ୍ରମୁଖ ଲକ୍ଷଣ: ବିଶେଷଜ୍ଞ

0 61

କୋଲକାତା: ସମ୍ପ୍ରତି ଦେଶର ବିଭିନ୍ନ ସ୍ଥାନରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇବା ଦେଖାଯାଉଛି। କିନ୍ତୁ ଏବକାର ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମ ଓ ଦ୍ବିତୀୟ ଲହର ଭଳି ମାରାତ୍ମକ ଲକ୍ଷଣ ଯଥା ଫୁସ୍‌ଫୁସ୍ ସଂକ୍ରମଣ, ନିଃଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ହେବା, ପ୍ରବଳ କାଶ ଓ ଥଣ୍ଡା ଏବଂ ଗନ୍ଧ ଓ ସ୍ବାଦ ବାରି ନ ପାରିବା ଆଦି ଦେଖିବାକୁ ମିଳୁନାହିଁ। ବର୍ତ୍ତମାନ କୋଭିଡ୍ ସଂକ୍ରମଣର ପ୍ରମୁଖ ଲକ୍ଷଣ ହେଲା ଉଚ୍ଚ ତାପମାତ୍ରାର ଜ୍ବର ବୋଲି କୋଲକାତାର ବିଭିନ୍ନ ଘରୋଇ ଡାକ୍ତରଖାନାର ବିଶେଷଜ୍ଞ ଡାକ୍ତରମାନେ କହିଛନ୍ତି। ବର୍ତ୍ତମାନ ଯେତେ ଲୋକ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଉଛନ୍ତି, ସେମାନଙ୍କଠାରେ ପ୍ରଥମ ଦିନ ମୃଦୁ ଜ୍ବର ଏବଂ ଦ୍ବିତୀୟ ଦିନ ପ୍ରବଳ ଜ୍ବ‌ର ହେବାର ଦେଖିବାକୁ ମିଳୁଛି। ଚତୁର୍ଥ ବା ପଞ୍ଚମ ଦିନ କ୍ରମଶଃ ଜ୍ବର କମୁଛି। କେହି ବି ନିଃଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରୁନାହାନ୍ତି, ଫୁସ୍‌ଫୁସ୍ ପ୍ରଦାହ ଭୋଗୁନାହାନ୍ତି କିମ୍ବା କେହି ସ୍ବାଦ ଓ ଗନ୍ଧ ବାରିବା ଶକ୍ତି ହରାଉ ନାହାନ୍ତି। କେବଳ ଯେଉଁମାନଙ୍କର ପୂର୍ବରୁ ଶ୍ବାସଜନିତ ସମସ୍ୟା ଅଛି ସେହିମାନେ ଶ୍ବାସକଷ୍ଟ ଭୋଗୁଛନ୍ତି ବୋଲି ସିଏମ୍‌ଆର୍‌ଆଇ ହସ୍ପିଟାଲର ଫୁସ୍‌ଫୁସ୍‌ ଓ ଶ୍ବାସନଳୀ ରୋଗ ବିଭାଗ ନିର୍ଦ୍ଦେଶକ ଡ. ରାଜା ଧର କହିଛନ୍ତି। ମୁମ୍ବାଇ ଓ ଦିଲ୍ଲୀର ଅଧିକାଂଶ ରୋଗୀଙ୍କଠାରେ ବି ଏହିପରି ଲକ୍ଷଣ ଦେଖିବାକୁ ମିଳୁଛି ବୋଲି ସେ କହିଛନ୍

hiranchal ad1
Leave A Reply

Your email address will not be published.

5 × 4 =