ଆନ୍ତଃଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ,କୋସିଙ୍ଗା ସୁରିଙ୍ଗପଦର ଚାମ୍ପିଅନ୍‌

0 40

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଲା ହାଇସ୍କୁଲ ଖେଳ ପଡ଼ିଆଠାରେ କାଉଡୋଲା ଫୁଟବଲ କ୍ଳବ ଆନୁକୂଲ୍ୟରେ ଚାଲିଥିବା ଚିନ୍ତାମଣି ସରାବୁ ସ୍ମାରକୀ ଆନ୍ତଃଜିଲ୍ଲା ନକଆଉଟ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଫାଇନାଲ ଖେଳ ସହ ଉଦଯାପିତ ହୋଇଛି । ଫାଇନାଲ ଖେଳଟି କେସିଙ୍ଗା ସୁରିଙ୍ଗପଦର ଓ ବଲାଙ୍ଗୀର ନକଟାସର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବଲାଙ୍ଗୀର ନକଟାସର ଓ କେସିଙ୍ଗା ସୁରିଙ୍ଗପଦର ମଧ୍ୟରେ ଚିତ୍ତାକର୍ଷକ ମ୍ୟାଚ୍‌ ପ୍ରଦର୍ଶନ ହୋଇଥିବା ବେଳେ କେସିଙ୍ଗା ଦଳ ନକଟାସରକୁ ୨-୧ଗୋଲରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟର ବିଜୟୀ ହୋଇଛି । ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକଙ୍କ କୋକସରା ପ୍ରତିନିଧି ମାନସ ରଞ୍ଜନ ବାଗ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ, ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, କୋକସରା ବ୍ଲକ ଆତ୍ମା ଅଧ୍ୟକ୍ଷ ରୁତୁରାଜ ମାଝି, ନାରିନେତ୍ରୀ ତିଳୋତମା ନାଏକ, କାଉଡୋଲା ପୂର୍ବତନ ସରପଞ୍ଚ ଜମ୍ବୁବତୀ ସାହୁ, କାଉଡୋଲା ସମିତି ସଭ୍ୟା ବୈଦେହି ବେଶ୍ରା, ମନୋରଞ୍ଜନ ବାଣୁଆ, କୁମୁଦ ସେଠୀ ପ୍ରମୁଖ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଖେଳକୁ ପିଇଟି ନିର୍ମଳ ଦଣ୍ଡସେନା ପରିଚାଳନା କରିଥିବା ବେଳେ ଲାଇନ୍‌ ମ୍ୟାନ୍‌ ଭାବରେ ଭୁପେନ୍ଦ୍ର ଗୋପାଳ ଓ ତାପସ କୁମାର ଦାସ ସହଯୋଗ କରିଥିଲେ । ଖେଳର ଧାରା ବିବରଣୀ ମାନସ ରଞ୍ଜନ ସରାବୁ ଓ ବାବୁଲାଲ ଶବର ପ୍ରଦାନ କରିଥିଲେ । ଆୟୋଜକ ଅନୁଷ୍ଠାନର ପିଙ୍କୁ ସାହୁ, ମନୋରଞ୍ଜନ ସରାବୁ, ମିତ୍ରଭାନୁ ଭଞ୍ଜ, ସୁଦର୍ଶନ ସେଠୀ, ସାନ ସରାବୁ, ଅମିତ୍‌ ସାହୁ, ଭିକାରୀ ଚରଣ ମାଝୀ, ବସନ୍ତ କୁମାର ସରାବୁ, ଚକ୍ରଧର ବେଶ୍ରା, ଚିତ୍ତରଞ୍ଜନ ସରାବୁ, ଇପୁନ ଖାନସମା, ପୂର୍ଣ୍ଣଚନ୍ଦ୍ର ସରାବୁ, ବିକାଶ ସରାବୁ ଆକାଶ ସରାବୁ, ହରେକୃଷ୍ଣ ସରାବୁ, ଇପୁନ ଖାନସମା, ପ୍ରଶାନ୍ତ ସରାବୁ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହେଯାଗ କରିଥିଲେ ।

hiranchal ad1
Leave A Reply

Your email address will not be published.

10 − 2 =