IPL Playoffs Scenario: ବଦଳିଗଲା ଆଇପିଏଲ୍‌ର ପ୍ଲେ-ଅଫ୍ ସମୀକରଣ !

0 50

ଆଇପିଏଲ ୨୦୨୬ ଏବେ ଏମିତି ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି, ଯେଉଁଠି ପ୍ରତିଟି ମ୍ୟାଚ୍ ସହ ପ୍ଲେ-ଅଫ୍‌ର ପୂରା ଗଣିତ ବଦଳିଯାଉଛି ! ଗତକାଲି ଗୁଜରାଟ ଟାଇଟନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚର ଫଳାଫଳ ପଏଣ୍ଟ ଟେବୁଲକୁ ଓଲଟପାଲଟ କରିଦେଇଛି ! ଶୁଭମନ ଗିଲ୍‌ଙ୍କ ନେତୃତ୍ବରେ ଗୁଜରାଟ ଟାଇଟନ୍ସ ହାଇଦ୍ରାବାଦକୁ ୮୨ ରନ୍‌ର ଏକ ବଡ଼ ବ୍ୟବଧାନରେ ହରାଇ ପ୍ଲେ-ଅଫ୍ ଆଡକୁ ପାଦ ବଢାଇଛି । କିନ୍ତୁ ଏହି ଗୋଟିଏ ମ୍ୟାଚ୍, ବାକି ଟିମ୍‌ମାନଙ୍କର ଅଙ୍କକୁ ବିଗାଡି ଦେଇଛି।

ଏହି ଗୋଟିଏ ବିଜୟ ପରେ ଗୁଜରାଟର କ୍ଵାଲିଫାଇ କରିବା ସମ୍ଭାବନା ଏବେ ଯଥେଷ୍ଟ ବୃଦ୍ଧି ପାଇଥିବା ବେଳେ, ହାଇଦ୍ରାବାଦର ହାର୍ଟ ବିଟ୍ ବଢିଛି । କିନ୍ତୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଚେନ୍ନାଇ ସୁପର କିଙ୍ଗସର ସମୀକରଣରେ ବଡ଼ ଟୁଇଷ୍ଟ୍ ଦେଖିବାକୁ ମିଳିଛି । ଗୁଜରାଟର ଏହି ବିଜୟ ପରେ ଆରସିବିର ଟପ୍-୪ ରେ ପହଞ୍ଚିବା ଗଣିତ କିଛି ପରିମାଣରେ ବିଗିଡ଼ି ଯାଇଛି , ଅନ୍ୟପଟେ, ଚେନ୍ନାଇ ସୁପର କିଙ୍ଗସ ପାଇଁ ଟପ୍-୪ ରାସ୍ତା ଟିକେ ସହଜ ହୋଇଛି । ତେବେ କେଉଁ ୪ ଟି ଦଳ ଆଇପିଏଲ ୨୦୨୬ର ଟପ୍-୪ ରେ ସ୍ଥାନ ପାଇବେ, ତା’ ଉପରେ ରହିଛି କ୍ରିକେଟ୍ ପ୍ରେମୀଙ୍କ ନଜର।

hiring

ଅଧିକ ପଢନ୍ତୁ : ଅସ୍ତ ହେବେ ସୂର୍ଯ୍ୟ, ଚମକିବେ ଶ୍ରେୟସ !

hiranchal ad1
Leave A Reply

Your email address will not be published.

thirteen − 3 =