ମହିଳା କ୍ରିକେଟ୍‌ ବିଶ୍ୱକପ : ଇଂଲଣ୍ଡ-ଅଷ୍ଟ୍ରେଲିଆ ଟାଇଟଲ ଟକ୍କର

0 37

ନୂଆଦିଲ୍ଲୀ,୩୧/୩ : ମହିଳା ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ବିଜୟ ଲାଭ କରିଛି ଇଂଲଣ୍ଡ । ଦଳ ଦକ୍ଷିଣ ଆଫ୍ରିକାକୁ ୧୩୭ ରନରେ ପରାସ୍ତ କରିଛି । ଏକତରଫା ବିଜୟ ହାସଲ କରିଛି ଇଂଲଣ୍ଡ ଟିମ୍‌ । ଫାଇନାଲ ମୁକାବିଲାରେ ଇଂଲଣ୍ଡ ଶକ୍ତିଶାଳୀ ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହେବ । ଦ୍ୱିତୀୟ ସେମିଫାଇନାଲରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ଦଳ ୫୦ ଓଭରରେ ୮ ୱିକେଟ୍‌ ହରାଇ ୨୯୩ ରନ୍‌ କରିଥିଲା । ଦଳ ପକ୍ଷରୁ ଡାନି ବାୟଟ ଶତକୀୟ ପାଳି ଖେଳିଥିଲେ । ସେ ୧୨୫ ବଲରୁ ୧୨ ଚକା ସହ ୧୨୯ ରନ୍‌ କରିଥିଲେ । ସେହିପରି ସୋଫିଆ ଡଙ୍କଲୀ ୬୦ ରନର ଇନିଂସ ଖେଳିଥିଲେ । ଫଳରେ ସ୍କୋର ୨୯୩ରେ ପହଁଚିଥିଲା । ୨୯୪ ରନର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ୩୮ ଓଭରରେ ମାତ୍ର ୧୫୬ ରନ୍‌ କରିପାରିଥିଲା । ଫଳରେ ଇଂଲଣ୍ଡ ୧୩୭ ରନରେ ମ୍ୟାଚ୍‌ ଜିତି ନେଇଥିଲା । ଇଂଲଣ୍ଡ ତରଫରୁ ସୋଫି ଆକଲେଷ୍ଟୋନ୍‌ ୩୬ ରନ୍‌ ବ୍ୟୟ କରି ୬ ୱିକେଟ୍‌ ନେଇଥିଲେ । ଦକ୍ଷିଣ ଆଫ୍ରିକାର କୌଣସି ବ୍ୟାଟର ବଡ ସ୍କୋର କରିପାରି ନଥିଲେ । ମିଗନୋନ୍‌ ଫ୍ରିଜ୍‌ ସର୍ବାଧିକ ୩୦ ରନ୍‌ କରିଥିଲେ । ଏହି ବିଜୟ ସହ ଇଂଲଣ୍ଡ ଅଷ୍ଟମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ସେହିପରି ଅଷ୍ଟ୍ରେଲିଆ ନବମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଅଷ୍ଟ୍ରେଲିଆ ଏବେସୁଦ୍ଧା ବିଶ୍ୱକପ ଫାଇନାଲରେ ଗୋଟିଏ ବି ମୁକାବିଲା ହାରି ନାହିଁ । ସେହିପରି ଇଂଲଣ୍ଡ ୨୦୧୭ରେ ଭାରତକୁ ହରାଇ ଚାମ୍ପିଅନ ହୋଇଥିଲା ।

hiranchal ad1
Leave A Reply

Your email address will not be published.

one × one =