୮ ଆଇଏଏସଙ୍କୁ ମିଳିଲା ବିଚିତ୍ର ଦଣ୍ଡ

0 107

ଅମରାବତୀ,୩୧/୩: ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଗୁରୁବାର ୮ ଜଣ ଆଇଏଏସ ଅଧିକାରୀଙ୍କୁ ଅଦାଲତ ଅବମାନନା ମାମଲାରେ ଦଣ୍ଡ ଶୁଣାଇଛନ୍ତି । ମାମଲାର ଶୁଣାଣି କରି ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଆଇଏଏସ ଅଧିକାରୀଙ୍କ ଦୋଷୀ ଦର୍ଶାଇଥିଲେ । ଏହାସହ ଦୁଇ ସପ୍ତାହର ଜେଲ ଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଆଇଏଏସ ଅଧିକାରୀ କ୍ଷମା ପ୍ରାର୍ଥନା କରିଥିଲେ । ଏହାପରେ ଉଚ୍ଚ ଅଦାଲତ କୋହଳ ହୋଇ ନିଜର ରାୟରେ ସଂଶୋଧନ କରିଥିଲେ । ପରେ ୮ ଆଇଏଏସ ଅଧିକାରୀଙ୍କୁ ଆସନ୍ତା ଏକ ବର୍ଷ ଯାଏଁ ହସ୍ପିଟାଲରେ ସମାଜସେବା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଆଇଏଏସ ଅଧିକାରୀମାନେ ହସ୍ପିଟାଲରେ ସମାଜସେବା କରିବେ ।

hiranchal ad1
Leave A Reply

Your email address will not be published.

eight − six =