ଏବେ ବି ୟୁକ୍ରେନରେ ଅଛନ୍ତି ଆହୁରି ୫୦ ଭାରତୀୟ

0 48

ନୂଆଦିଲ୍ଲୀ: ୟୁକ୍ରେନରେ ଏବେ ବି ଫସି ରହିଛନ୍ତି ୫୦ ଭାରତୀୟ । ସେମାନଙ୍କ ମଧ୍ୟରୁ ମାତ୍ର କିଛି ଲୋକ ଫେରିବାକୁ ଚାହୁଁଛନ୍ତି ବୋଲି ଆଜି ରାଜ୍ୟସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ରାଜ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ମୀନାକ୍ଷୀ ଲେଖି । ତେବେ ଭାରତର ଦୂତାବାସ ପକ୍ଷରୁ ସେମାନଙ୍କୁ ଫେରାଇ ଆଣିବାକୁ ପ୍ରୟାସ ଜାରି ରହିଛି । ୟୁକ୍ରେନରୁ ଫେରିଥିବା ଭାରତୀୟଙ୍କ ସମ୍ପର୍କରେ ସୂଚନା ଦେଇ ମୀନାକ୍ଷି ଲେଖି କହିଛନ୍ତି ଯେ ଗତମାସ ଶେଷ ସୁଦ୍ଧା ୨୨,୫୦୦ ଭାରତୀୟଙ୍କୁ ଯୁଦ୍ଧ ପୀଡ଼ିତ ଦେଶ ୟୁକ୍ରେନରୁ ଉଦ୍ଧାର କରାଯାଇଛି । ଏମାନଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ଅପରେସନ ଗଙ୍ଗା ଆରମ୍ଭ କରିଥିଲେ । ଏହି ଅଭିଯାନରେ ବାୟୁସେନାର ସହଯୋଗ ନିଆଯାଇଥିଲା ବୋଲି ମୀନାକ୍ଷୀ କହିଛନ୍ତି । ରାଜ୍ୟସଭାରେ ସେ ଏଭଳି ଘଟଣାର ଆଉ ଏକ ଉଦାହରଣ ଦେଇ ସେ କହିଛନ୍ତି ଯେ ବିପଦ ସମୟରେ ଏଭଳି ଉଦ୍ଧାର କର୍ଯ୍ୟ ସରକାର ପ୍ରଥମ ଥର କରି ନାହାଁନ୍ତି । ଏହା ପୂର୍ବରୁ କରୋନା ମହାମାରୀ ସମୟରେ ବନ୍ଦେ ଭାରତ ଅଭିଯାନରେ ଲୋକଙ୍କୁ ବିଦେଶରୁ ଉଦ୍ଧାର କରାଯାଇଥିଲା । ଏହି ଅଭିଯାନରେ ଏପର୍ଯ୍ୟନ୍ତ ୨.୯୭ କୋଟି ସେବା ପାଇଛନ୍ତି । ସେହିପରି ଅଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଭାରତ ସରକାର ଦେବି ଶକ୍ତି ଅଭିଯାନ ଆରମ୍ଭ କରି ସେଠାରୁ ଲୋକଙ୍କୁ ଉଦ୍ଧାର କରିଥିଲେ । ଏଥିରେ ୬୬୯ ଲୋକ ଉଦ୍ଧାର କରାଯାଇଥିଲେ ।

hiranchal ad1
Leave A Reply

Your email address will not be published.

six + 1 =