ଏହି ରାଜ୍ୟରେ ମାସ୍କ ନ ପିନ୍ଧିଲେ ବି ଲାଗିବନି ଜୋରିମାନା

0 42

ନୂଆଦିଲ୍ଲୀ, ୩୧/୩ : ଦେଶରେ କରୋନା ସଂକ୍ରମଣ ଯଥେଷ୍ଟ ହ୍ରାସ ପାଇଥିବାରୁ କେତେକ ରାଜ୍ୟ କଟକଣାକୁ କୋହଳ କରିସାରିଲେଣି । ପଞ୍ଜାବ ପୂରା କଟକଣାମୁକ୍ତ ହୋଇଛି । କେବଳ ମାସ୍କ ଓ ସାମାଜିକ ଦୂରତାକୁ ବଳବତ୍ତର ରଖାଯାଇଛି । ତେବେ ଗୁରୁବାର ଦିଲ୍ଲୀ ଏବଂ ମହାରାଷ୍ଟ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ନିଷ୍ପତ୍ତି ଅନୁଯାୟୀ ଏଣିକି ସାର୍ବଜାନୀନ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ । ସର୍ବସାଧାରଣ ସ୍ଥାନରେ ମାସ୍କ ନ ପିନ୍ଧିଲେ ମଧ୍ୟ କୌଣସି ଜରିମାନା ଦେବାକୁ ପଡିବ ନାହିଁ । ପୂର୍ବରୁ ରାଷ୍ଟ୍ରୀୟ ରାଜଧାନୀରେ ମାସ୍କ ପିନ୍ଧି ନଥିବା ବ୍ୟକ୍ତିଙ୍କୁ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ୁଥିଲା । ଗୁରୁବାର ଦିଲ୍ଲୀ ଉପ ରାଜ୍ୟପାଳ ଅନୀଲ ବୈଜଳଙ୍କ ଅଧ୍ୟକ୍ଷତାରେ ଡିଡିଏମର ବୈଠକରେ ହୋଇଥିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଭିଡିଓ କନଫରେନ୍ସିଂ ଜରିଆରେ ଏଥିରେ ଯୋଗ ଦେଇଥିଲେ । ବୈଠକରେ ଦିଲ୍ଲୀରେ କରୋନା ସ୍ଥିତି ଏବଂ ଟିକାକରଣ ଅଭିଯାନ ଉପରେ ସମୀକ୍ଷା କରାଯାଇଥିଲା । ଏହାପରେ ମାସ୍କ ନ ପିନ୍ଧିବା ଉପରେ କୌଣସି କଟକଣା ଆଦାୟ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ମହାରାଷ୍ଟ୍ର ସରକାର ମଧ୍ୟ ଏହିପରି ଏକ ନିଷ୍ପତ୍ତି ନେଇଛନ୍ତି ।

hiranchal ad1
Leave A Reply

Your email address will not be published.

five × four =