ଶେଷହେଲା ଓଡ଼ିଶା ଓପନ ବ୍ୟାଡମିଣ୍ଟନ : ମହିଳାରେ ଉନ୍ନତି,ପୁରୁଷରେ କିରନ ଚାମ୍ପିଅନ

0 38

କଟକ : ଶେଷ ହୋଇଛି ଓଡ଼ିଶା ଓପନ ସୁପର-୧୦୦ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆଜି ଶେଷ ହୋଇଛି । ମହିଳା ସିଙ୍ଗିଲ୍ସରେ ଉନ୍ନତି ହୁଡ୍ଡା ଓ ପୁରୁଷ ସିଙ୍ଗିଲସରେ କିରନ ଜଜ୍‌ର୍ ଚାମ୍ପିଅନ ହୋଇଛନ୍ତି । ଉନ୍ନତି ଚାମ୍ପିଅନ ହେବା ସହ ଇତିହାସ ରଚିଛନ୍ତି । ସେ କନିଷ୍ଠ ଭାରତୀୟ ଶଟଲର୍‌ ଭାବେ ସୁପର୍‌-୧୦୦ ଟୁର୍ଣ୍ଣାମେଣ୍ଟ ଜିତିବାର ଗୌରବ ଅର୍ଜନ କରିନ୍ତି । ମହିଳା ସିଙ୍ଗଲ୍ସ ଫାଇନାଲରେ ଜାଏଣ୍ଟ କିଲର୍‌ ହୁଡା ୨୧-୧୮, ୨୧-୧୧ ଗେମରେ ସ୍ମିତ ତୋଶନିୱାଲଙ୍କୁ ପରାସ୍ତ କରିଛନ୍ତି । ସିନିୟର ଜାତୀୟ ଟୁରରେ ହୁଡା ନିଜର କ୍ରମାଗତ ଦ୍ୱିତୀୟ ଫାଇନାଲ୍‌ ଖେଳୁଥିଲେ । ସେ ପୂରା ମ୍ୟାଚରେ ୧୪ ବର୍ଷୀୟ ହୁଡା ଆଦୌ ନର୍ଭସ ନଜର ଆସିନଥିଲେ । ପୁରୁଷ ସିଙ୍ଗଲ୍ସ ଟାଇଟଲ୍‌ ମୁକାବିଲାରେ କିରନ୍‌ ୨୧-୧୫, ୧୪-୨୧, ୨୧-୧୮ ଗେମରେ ପ୍ରିୟାଂଶୁ ରଜାୱତଙ୍କୁ ପରାସ୍ତ କରିଛନ୍ତି । ପ୍ରଥମ ସେଟକୁ କିରନ ସହଜରେ ଜିତି ନେଇଥିଲେ । ତେବେ ଦ୍ୱିତୀୟ ଗେମରେ ରଜାୱତ ଦମଦାର କମବ୍ୟାକ୍‌ କରିଥିଲେ ଏବଂ ୨୧-୧୪ରେ ଗେମକୁ ଜିତି ମ୍ୟାଚକୁ ୧-୧ରେ ବରାବର କରିଥିଲେ । ତୃତୀୟ ତଥା ଫାଇନାଲ୍‌ ଗେମରେ ରଜାୱତ୍‌ ଦମଦାର ପ୍ରଦର୍ଶନ ଜାରି ରଖି ୧୦-୪ର ଅଗ୍ରଣୀ ହାସଲ କରିଥିଲେ । ହେଲେ ପରେ କିରନ ପରବର୍ତ୍ତୀ ୧୪ ଗେମରୁ ୧୨ ପଏଣ୍ଟ ହାସଲ କରି ୬ ପଏଣ୍ଟର ଲିଡ୍‌ ହାସଲ କରିନେଇଥିଲେ । ଏହା ପରେ ମୁକାବିଲା ୧୮-୧୮ରେ ବରାବର ଥିବା ବେଳେ କିରନ୍‌ ଲଗାତର ତିନି ପଏଣ୍ଟ ହାସଲ କରି ଫାଇନାଲକୁ ୨୧-୧୮ରେ ଜିତି ନେଇଥିଲେ । ସେହିପରି ମହିଳା ଡବଲ୍ସରେ କିମ୍ବଦନ୍ତୀ ଖେଳାଳି ପୁଲେଲା ଗୋପିଚାନ୍ଦଙ୍କ ଝିଅ ଗାୟତ୍ରୀ ଗୋପିଚାନ୍ଦ ଓ ଟ୍ରିସା ଜଲି ୨୧-୧୨, ୨୧-୧୦ ଗେମରେ ନିଜ ଦେଶର ସାୟୋଗିତା ଘୋରପଡ ଓ ଶୃତି ମିଶ୍ରଙ୍କୁ ପରାସ୍ତ କରି ଚାମ୍ପିୟନ୍‌ ହୋଇଛନ୍ତି । ପୁରୁଷ ଡବଲ୍ସରେ ମାଲେସିୟାର ନୁର୍‌ ମହମ୍ମଦ ଅଜରିନ୍‌ ଓ ଖିମ୍‌ ୱା ଲିମଙ୍କ ଯୋଡି ୨୧-୧୮, ୧୪-୨୧, ୨୧-୧୬ ଗେମରେ ଭାରତର ପିଏସ୍‌ ରବିକ୍ରିଷ୍ଣା ଓ ଉଦୟକୁମାର ଶଙ୍କର ପ୍ରସାଦଙ୍କୁ ହରାଇ ଟାଇଟଲ୍‌ ଜିତିଛନ୍ତି । ମିକ୍ସଡ୍‌ ଡବଲ୍ସରେ ଶ୍ରୀଲଙ୍କା ଯୋଡି ଡିଆସ୍‌ ସଚିନ୍‌ ଓ ହେଣ୍ଡାହେୱା ଥିଲିନି ୨୧-୧୬, ୨୨-୨୦ ଗେମରେ ଜଲି ଓ ଏମଆର୍‌ ଅର୍ଜୁନଙ୍କୁ ପରାସ୍ତ କରି ଚାମ୍ପିୟନ୍‌ ହୋଇଛନ୍ତି । ।

hiranchal ad1
Leave A Reply

Your email address will not be published.

4 × five =