ପ୍ରାର୍ଥୀଙ୍କୁ ଚିହ୍ନ ମିଳିବା ପରେ କେରାଣ୍ଡି ପଞ୍ଚାୟତରେ ନିର୍ବାଚନୀ ଉଷ୍ଣତା ବୃଦ୍ଧି

0 48

ଗଜପତି,୩୦/୧- ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ନିର୍ବାଚନରେ ପ୍ରାର୍ଥୀଙ୍କୁ ନିଜ ନିଜର ଚିହ୍ନ ମିଳିସାରିଛି । ଫଳରେ ପଞ୍ଚାୟତରେ ନିର୍ବାଚନ ଉଷ୍ଣତା ଦେଖିବାକୁ ମିଳିଛି । କେରାଣ୍ଡି ପଞ୍ଚାୟତରେ ୭ ଗୋଟି ଗ୍ରାମରେ ଏଗାରଟି ୱାର୍ଡ଼ ରହିଥିବାବେଳେ ମୋଟ ଭୋଟର ସଂଖ୍ୟା ୪୭୯୦ ରହିଛି । ଏଥି ମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ୨୪୧୨ ଓ ମହିଳା ଭୋଟରଙ୍କ ସଂଖ୍ୟା ୨୩୭୮ ରହିଛି । ଏହି ପଞ୍ଚାୟତରେ ପୁରୁଣା କେରାଣ୍ଡି, ନୂଆ କେରାଣ୍ଡି, ଦେବତୀ, ଢାମୁଣୀଗାଁ, ବି.ସୀତାପୁର, ଅମରା, ଡାଲିମ୍ବପୁର ଆଦି ୭ ଗୋଟି ଗ୍ରାମ ରହିଛି । ଏହି ସାତଗୋଟି ଗ୍ରାମବାସୀମାନେ ପଞ୍ଚାୟତ ନିର୍ବାଚନ ୨୦୨୨ ନିମନ୍ତେ ନୂତନ ପ୍ରାର୍ଥୀ ଚୟନ କରିବା ସକାଶେ ଆଗ୍ରହ ଥିବାବେଳେ ୧୧ଗୋଟି ୱାର୍ଡ଼ରେ ୧୦ ଜଣ ୱାର୍ଡମେମ୍ବର ନାମାଙ୍କନ ଦାଖଲ କରିଛନ୍ତି । ଆଉ ଗୋଟିଏ ୱାର୍ଡ଼ ପାଇଁ କେହି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି । କେରାଣ୍ଡି ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀଙ୍କୁ ଚିହ୍ନ ମିଳିବା ପରେ ମୈଦାନରେ ୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଜଣାପଡ଼ିଛି । ସେହିଭଳି ସରପଞ୍ଚରେ ଚିହ୍ନ ମିଳିବା ପରେ ୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିିତା କରିଥିବାର ଜଣାପଡ଼ିଛି । ବର୍ତ୍ତମାନ ପଞ୍ଚାୟତର ନିର୍ବାଚନର ଉଷ୍ଣତା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ପଞ୍ଚାୟତ ନିର୍ବାଚନରେ ଯୁବ ଗୋଷ୍ଠୀ ପ୍ରତିଦ୍ୱନ୍ଦିତା କରୁଥିବା ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

1 × 3 =