ମିଶନ ଜୀବିକା ଦେଖାଇଛି ଜୀଇଁବାର ନୂଆ ରାହା

0 107

ପାରଳାଖେମୁଣ୍ଡି,୩୦/୧- ଗଜପତି ଜିଲ୍ଲାରେ ଜୀବିକା ମିଶନ ଲୋକାଭିମୁଖୀ ହେବାରେ ଲାଗିଛି । ଜିଲ୍ଲାରେ ଅନେକ ମତ୍ସ୍ୟଜୀବୀ ଏହି ମିଶନ ଦ୍ୱାରା ଲାଭାନ୍ୱିତ ହେଉଛନ୍ତି । ଚଳିତ ଖରିଫ ଋତୁରେ ଗୁମ୍ମା ବ୍ଳକର ପ୍ରାୟ ୧୯ଜଣ ମାଛଚାଷୀଙ୍କୁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା , ପାରଳାଖେମୁଣ୍ଡି ୩୫୦୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛି । ଏଥିରେ ମୃତ୍ତିକା ସଂରକ୍ଷଣ ବିଭାଗ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଜୀବିକା ମିଶନ ସହାୟତାରେ ଗୁମ୍ମା ବ୍ଲକ ଅଧୀନରେ ଥିବା ତରଭା ଗ୍ରାମ ପଞ୍ଚାୟତର ପାତିମୂଳ ଗ୍ରାମର ଚାଷୀ ପ୍ରକାଶ ରାଇତା ମାଛ ଚାଷରେ ବିଶେଷ ଉପକୃତ ହୋଇଛନ୍ତି । ସେ ପ୍ରାୟ ୧୫୦ କେଜି ମାଛ ଧରିଛନ୍ତି ଯାହାର ଦାମ କେଜି ପିଛା ୧୪୦ ଟଙ୍କା ହିସାବରେ ପ୍ରାୟ ୨୧୦୦୦ ଟଙ୍କା ହେବ । ସେ ଯେତେ ଟଙ୍କା ନିବେଶ କରିଥିଲେ ତା ତୁଳନାରେ ପ୍ରାୟ ୩ଗୁଣ ଅଧିକ ଲାଭବାନ ହୋଇଥିବା ନିଜେ ପ୍ରକାଶ ରାଇତା କହିଛନ୍ତି । ଏହା ତାଙ୍କ ପାଇଁ ଲାଭଜନକ ବ୍ୟବସାୟ ସାବ୍ୟସ୍ତ ହୋଇଛି ।

hiring

ଏଥିପାଇଁ ସେ ମିଶନ ଜୀବିକାକୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ଏହି ଘଟଣା ହେଉଛି ଗଜପତି ଜିଲ୍ଲାରେ ଜୀବିକା ମିଶନ ସଫଳତାର ଏକ ସୁନ୍ଦର ଉଦାହରଣ । ପ୍ରକାଶ ରାଇତାଙ୍କ ଭଳି ଆହୁରି ଅନେକ ମାଛ ବ୍ୟବସାୟୀ ଏହି ମିଶନର ଲାଭ ଉଠାଇଛନ୍ତି ଓ ସ୍ୱାବଲମ୍ବୀ ମଧ୍ୟ ହୋଇ ପାରିଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ଅଧିକ ରୁ ଅଧିକ ଚାଷୀଙ୍କୁ ଏଥିରେ ସାମିଲ କରିବାର ଲକ୍ଷ୍ୟ ରଖାଯାଇଛି ।

hiranchal ad1
Leave A Reply

Your email address will not be published.

8 − 2 =