ଶିଶୁ ବିକ୍ରି ଅଭିଯୋଗରେ ବାପା-ମା’ ସମେତ ୫ ଗିରଫ

0 49

ଯାଜପୁର : ଯାଜପୁର ଧର୍ମଶାଳା ଥାନା ଅନ୍ତର୍ଗତ ସାନରାଇପଡ଼ା ଗାଁରେ ନବଜାତ ଶିଶୁକନ୍ୟାକୁ ବିକ୍ରି ଘଟଣାରେ ଗାଁର ଅଙ୍ଗନବାଡି କର୍ମୀଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି । ଶିଶୁକୁ ୧୨ ହଜାର ଟଙ୍କାରେ ବିକ୍ରି କରିଥିବା ବାପା ମାଆ ଓ କିଣିଥିବା ଦମ୍ପତିଙ୍କ ସହ ମଧ୍ୟସ୍ଥି ଅଙ୍ଗନବାଡି କର୍ମୀ ଗିରଫ ହୋଇଛନ୍ତି । ଗରିବୀ ପାଇଁ ଗତ ୨୮ ତାରିଖରେ ଶିଶୁକନ୍ୟାକୁ ବିକ୍ରି କରିଥିବା ସ୍ୱୀକାର କରିଥିଲେ ଶିଶୁର ମାଆ ଓ ବାପା । ସେମାନେ ମହାକାଳପଡ଼ାର ଜଣେ ବ୍ୟକ୍ତିଙ୍କୁ ୧୨ ହଜାର ଟଙ୍କାରେ ଶିଶୁକୁ ବିକ୍ରି କରିଦେଇଥିଲେ । ତେବେ ଏ ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷ କିଛି ଜାଣିପାରିନ ଥିଲେ । ଘଟଣା ସମ୍ବନ୍ଧରେ ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ବିକ୍ରି ଶିଶୁକୁ ଉଦ୍ଧାର କରିଥିଲେ ।

hiranchal ad1
Leave A Reply

Your email address will not be published.

five × two =