ଅଧିନାୟକ ପଦ ଛାଡିବାର ଏହି ବଡ କାରଣ କହିଲେ ବିରାଟ

0 53

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ପରାଜୟ ପରେ ବିରାଟ କୋହଲି ଆଶ୍ଚର୍ଯ୍ୟଜନକ ଭାବେ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ସେତେବେଳେ ସେ କେଉଁ କାରଣରୁ ପଦ ଛାଡୁଛନ୍ତି ତାହାର କୌଣସି ସ୍ପଷ୍ଟ ସୂଚନା ଦେଇନଥିଲେ । ବିରାଟ ଟି-୨୦ ବିଶ୍ୱକପ ପୂର୍ବରୁ ଏହି ଛୋଟ ଫର୍ମାଟରୁ ଅଧିନାୟକ ପଦ ଛାଡିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସେ ଦିନିକିଆ ଓ ଟେଷ୍ଟ ଅଧିନାୟକ ଭାବେ କାମ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । କୋହଲିଙ୍କ ଏହି ଇଚ୍ଛାରେ ସହମତି ନଥିଲା ବିସିସିଆଇ । ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳ ଘୋଷଣା ଦିନ ବିରାଟଙ୍କଠାରୁ ଦିନିକିଆ ଅଧିନାୟକ ପଦ ଛଡାଇ ଆଣି ରୋହିତ ଶର୍ମାଙ୍କୁ ଦେଇଥିଲା । ପୂର୍ବରୁ ରୋହିତ ଶର୍ମାଙ୍କୁ ଟି-୨୦ ଅଧିନାୟକ ପଦ ମଧ୍ୟ ବିସିସିଆଇ ଦେଇଥିଲା । ଏହାପରେ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ପରାଜୟ ପରେ ବିରାଟ ଅଚାନକ ଭାବରେ ଟେଷ୍ଟ ଅଧିନାୟକ ପଦ ଛାଡିଥିଲେ । ସେ ଏହି ପଦ କାହିଁକି ଛାଡିଲେ ସେ ସଂପର୍କରେ ବିରାଟ ନିଜେ ଆଜି ବଖାଣିଛନ୍ତି ।
ବିରାଟ କୋହଲିଙ୍କ କହିବା ଅନୁଯାୟୀ ସେ ନିଜ ପାଇଁ କିଛି ଲକ୍ଷ୍ୟ ସ୍ଥିର କରିଥିଲେ ଏବଂ ଯେତେବେଳେ ସେ ଏହା ହାସଲ କରିଥିଲେ, ସେତେବେଳେ ସେ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ । ବିରାଟ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଦଳର ନେତୃତ୍ୱ ନେବା ଅପେକ୍ଷା ବ୍ୟାଟ୍ସମ୍ୟାନ୍‌ ଭାବରେ ତାଙ୍କର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ । ଯେଉଁଥିପାଇଁ ସେ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ଫାୟାର ସାଇଡ୍‌ ଚାଟ୍‌ ସମୟରେ ବିରାଟ କୋହଲି କହିଛନ୍ତି, “ମୁଁ ଜଣେ ଅଧିନାୟକ ଭାବରେ ଯାହା ଚାହୁଁଥିଲି ତାହା ପାଇଲି । ମୁଁ ଭାବୁଛି ଜଣେ ବ୍ୟାଟ୍ସମ୍ୟାନ୍‌ ଭାବରେ ମୋର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ । ଦଳର ଲିଡର ହେବା ପାଇଁ ଆପଣଙ୍କୁ ଅଧିନାୟକ ହେବାର ଆବଶ୍ୟକ ନାହିଁ ।
ସେ ଆହରୁ ମଧ୍ୟ କହିଛନ୍ତି ଯେ, ଯେତେବେଳେ ଧୋନୀ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ ସେତେବେଳେ ମୋତେ ଏହି ଗୁରୁଦାୟିତ୍ୱ ଦିଆଯାଇଥିଲା । ସେହି ସମୟରେ ମୁଁ ଭାରତୀୟ ଦଳର ବିବିଧତା ପରିବର୍ତ୍ତନ କରିବାକୁ ଚାହୁଁଥିଲେ, କାରଣ ଭାରତରେ କୁଶଳୀ ଖେଳାଳିଙ୍କ ଅଭାବ ନାହିଁ । ସୂଚନାଯୋଗ୍ୟ ଯେ, ବିରାଟ କୋହଲି ପ୍ରଥମ ଥର ପାଇଁ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଆଗାମୀ ଇଣ୍ଡିଜ ବିପକ୍ଷ ସିରିଜରେ ଖେଳିବେ ।

hiranchal ad1
Leave A Reply

Your email address will not be published.

18 − 4 =