ନିର୍ବାଚନ ଆୟୋଗଙ୍କ ବଡ ନିଷ୍ପତ୍ତି; ସଭାରେ ୧୦୦୦ ଲୋକଙ୍କୁ ଅନୁମତି, ଦେଖନ୍ତୁ ନୂଆ ଗାଇଡଲାଇନ

0 171

ନୂଆଦିଲ୍ଲୀ : ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତର ନିର୍ବାଚନ ଆୟୋଗ ଏକ ନୂତନ ଗାଇଡଲାଇନ ଜାରି କରିଛନ୍ତି । ଏହି ଅନୁଯାୟୀ, ବର୍ତ୍ତମାନ ଦ୍ୱାର ଦ୍ୱାର ଅଭିଯାନ ପାଇଁ ୧୦ ଜଣଙ୍କ ବଦଳରେ ୨୦ ଜଣଙ୍କୁ ଅନୁମତି ଦିଆଯିବ । ସେହିପରି ଇନଡୋର ସଭାରେ ୩୦୦ ଲୋକ ବଦଳରେ ୫ଶହ ଲୋକଙ୍କୁ ଅନୁମତ ମିଳିବ । କୋଭିଡ-୧୯ ମାମଲାରେ ବୃଦ୍ଧି ପାଇବା ପରେ ନିର୍ବାଚନ ଆୟୋଗ ଜାନୁୟାରୀ ୨୨ ରେ ଶାରୀରିକ ସମାବେଶ ଏବଂ ରୋଡ୍‌ ସୋ ଉପରେ ପ୍ରତିବନ୍ଧକକୁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ତେବେ ଶେଷ ବୈଠକରେ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସମାବେଶକୁ ପାଇଁ ଅନୁମତି ଦିଆଯାଇଥିଲା । ଜାନୁଆରୀ ୨୮ ରୁ ପ୍ରଥମ ପର୍ଯ୍ୟାୟ ଏବଂ ଫେବୃଆରୀ ୧ରୁ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ରାଜନୈତିକ ଦଳମାନେ ସମାବେଶ କରିବାକୁ ଅନୁମତି ଦିଆଯାଇଥିଲା । ସେତେବେଳେ କୁହାଯାଇଥିଲା ଯେ, ୫୦୦ ଲୋକଙ୍କ ମଧ୍ୟରେ ଏହା କରିବାକୁ । କିନ୍ତୁ ନୂଆ ଗାଇଡଲାଇନ ଅନୁଯାୟୀ ସମାବେଶରେ ଏଣିକି ୫ଶହ ବଦଳରେ ହଜାରେ ଲୋକଙ୍କୁ ଅନୁମତି ମିଳିବ ।
ସୂଚନାଯୋଗ୍ୟ ଯେ, ୟୁପି, ପଞ୍ଜାବ, ଉତ୍ତରପ୍ରଦେଶ, ଗୋଆ ଏବଂ ମଣିପୁରର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଫେବୃଆରୀ ୧୦ ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ମାର୍ଚ୍ଚ ୧୦ରେ ଭୋଟ୍‌ ଗଣନା କରାଯିବ ।

hiranchal ad1
Leave A Reply

Your email address will not be published.

11 − 9 =