ଲୋକସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ : ଟିକାକରଣ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ

0 29

ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ଅଧିବେଶନର ଆଜି ପ୍ରଥମ ଦିବସରେ ଗୃହରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଲୋକସଭାରେ ଆଗତ ୨୦୨୧-୨୨ ବର୍ଷର ରିପୋର୍ଟରେ କୁହାଯାଇଛି ଯେ ଚଳିତ ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ଡିଜିପି ଅଭିବୃଦ୍ଧି ହାର ୯.୨ ପ୍ରତିଶତ ରହିବ । ଆଗାମୀ ଆର୍ଥିକ ବର୍ଷ ଅର୍ଥାତ ୨୦୨୨-୨୩ରେ ଡିଜିପି ଅଭିବୃଦ୍ଧି ହାର ୮-୮.୫ ପ୍ରତିଶତ ରହିବ । ଯଦି ଆଉ କରୋନା ମହାମାରୀ ସଂପର୍କିତ ଆର୍ଥିକ ପ୍ରତିବନ୍ଧକ(ଲକଡାଉନ,କଟକଣା)ଆଦି ନ ହୁଏ,ତେବେଯାଇ ଏହି ଅଭିବୃଦ୍ଧି ହାସଲ କରିହେବ । ବ୍ୟାପକ କରୋନା ଟିକାକରଣ ଅଭିଯାନ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ । ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଅଧିକ ସରକାରୀ ନିବେଶ ଅଭିବୃଦ୍ଧିର ବାହକ ହେବ । ଚଳିତ ଆର୍ଥିକ ବର୍ଷରେ କୃଷି କ୍ଷେତ୍ରର ଅଭିବୃଦ୍ଧି ୩.୯ ପ୍ରତିଶତ ରହିବ । କିନ୍ତୁ ଶିଳ୍ପ କ୍ଷେତ୍ର ୧୧.୮ ପ୍ରତିଶତ ହାରରେ ଓ ସେବା କ୍ଷେତ୍ର ୮.୨ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବ । ମହାମାରୀ ସତ୍ତେ୍ୱ ଗତ ୨ ବର୍ଷ ହେଲା ଦେଶକୁ ବିଦେଶୀ ମୁଦ୍ରା ଆଗମନ ଉଲ୍ଲେଖନୀୟ ରହିଛି । ଏହା ଫଳରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୩୧ ଡିସେମ୍ବର ୨୦୨୧ ସୁଦ୍ଧା ୬୩୪ ବିଲିୟନ ଡଲାରରେ ପହଞ୍ଚିଛି, ଯାହାକି ଦେଶର ବିଦେଶୀ ଋଣ ଠାରୁ ଅଧିକ । ଏହି ପରିମାଣର ବିଦେଶୀ ମୁଦ୍ରା ଭଣ୍ଡାର ୧୩ ମାସ ପାଇଁ ଦେଶର ଆମଦାନୀ ବିଲ୍‌ ସହ ସମାନ ବୋଲି ରିପୋର୍ଟରେ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

one × four =