“ଭାରତର କରୋନା ମୁକାବିଲା ସାମର୍ଥ୍ୟ ପ୍ରମାଣିତ ହୋଇଛି’

0 31

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉଦବୋଧନ ସହ ଏହି ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନ ପ୍ରାରମ୍ଭରେ ଆଜି ସଂସଦର ଉଭୟ ସଦନକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଗତ ଦୁଇ ବର୍ଷ ଧରି ଦେଶ କରୋନା ବିରୋଧରେ ଲଢେଇ ଚଳାଇଛି । ମହାମାରୀ ପରିସ୍ଥିତି ସତ୍ତେ୍ୱ କେତେକ କ୍ଷେତ୍ରରେ ଆମକୁ ସଫଳତା ମିଳିଛି । ବ୍ୟାପକ ଓ ସଫଳ ଟିକାକରଣ ସରକାର ଓ ଲୋକଙ୍କ ମଧ୍ୟରେ ସମନ୍ୱୟ ଥିବା କଥାକୁ ପ୍ରତିଫଳିତ କରିଛି । ଟିକାକରଣ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ମିଳିଛି । ଏହା ଭାରତର କରୋନା ମୁକାବିଲା ଶକ୍ତି ଓ ସାମର୍ଥ୍ୟକୁ ପ୍ରତିଫଳିତ କରୁଛି । କେବେଳ ସେତିକି ନୁହେଁ,ସର୍ବାଧିକ ଟିକାକରଣ ପାଇଁ ଭାରତ ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇପାରିଛି । ସେହିପରି,କରୋନା କାଳରେ ଏହା ବିପୁଳ ପରିମାଣର ଔଷଧ ରପ୍ତାନୀ କରି ବହୁ ଦେଶର ଲୋକଙ୍କ ଜୀବନ ମଧ୍ୟ ରକ୍ଷା କରିପାରିଛି । ଏହା କମ ବଡ଼ କଥା ନୁହେଁ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ମୋ ସରକାର ଆଗାମୀ ୨୫ ବର୍ଷକୁ ଦୃଷ୍ଟିରେ ରଖି କାମ କରୁଛି । ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ୬୪ ହଜାର କୋଟିରେ ‘ଆୟୁଷ୍ମାନ ଭାରତ’ ଚାଲୁ ରହିଛି । କରୋନା କାଳରେ ଭାରତୀୟ ଫାର୍ମା କଂପାନୀ ଉଲ୍ଲେଖନୀୟ ଭାବେ ସଫଳ ହୋଇଛନ୍ତି । ୧୮୦ ଦେଶକୁ ଭାରତୀୟ ଫାର୍ମା କଂପାନୀମାନେ ଔଷଧ ଯୋଗାଉଛନ୍ତି । ଏ ସଂକଟ କାଳରେ ଆମର ମୂଳ ଲକ୍ଷ୍ୟ ଥିଲା କେହି ଭୋକିଲା ନରହୁ । ତେଣୁ ଖାଦ୍ୟ ସୁରକ୍ଷା ଯୋଜନାକୁ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏଯାବତ ୨ କୋଟି ଘର ଦିଆଗଲାଣି । ପ୍ରାୟ ୬ କୋଟି ଘରକୁ ପାନୀୟ ଜଳ ଯୋଗାଇ ଦିଆଯାଇଛି । ସ୍ୱାମିତ୍ୱ ଯୋଜନାରେ ୨୭ ହଜାର ଗାଁରେ ୪୦ ଲକ୍ଷ ସଂପତ୍ତି କାର୍ଡ ଦିଆଗଲାଣି । ଚାଷୀଙ୍କ ଉତ୍ପାଦକୁ ଉଚିତ ବଜାର ପାଇଁ କିଷାନ୍‌ ରେଲ୍‌ ଆରମ୍ଭ ହୋଇଛି । ପିଏମ୍‌ କିଷାନ ଯୋଜନାରେ ୧ ଲକ୍ଷ ୮୦ ହଜାର କୋଟି ଦିଆଗଲାଣି । ନଦୀ ସଂଯୋଗୀକରଣ ପାଇଁ ସରକାର ବ୍ୟାପକ କାର୍ଯ୍ୟ କରୁଛନ୍ତି । ୨୦୨୧-୨୨ରେ ୨୮ ଲକ୍ଷ ଏସଏଚଜିକୁ ୬୫ ହଜାର କୋଟି ଦିଆଯାଇଛି । ମହିଳା ସଶକ୍ତିକରଣ ପାଇଁ ଝିଅଙ୍କ ବିବାହ ବୟସ ୨୧ କରାଯାଉଛି । ଏଥିପାଇଁ ସଂସଦରେ ବିଧେୟକ ଆଣିବା ପାଇଁ ପ୍ରସ୍ତୁତି କରାଯାଉଛି । ସମସ୍ତ ୩୩ ସୈନିକ ସ୍କୁଲରେ ବାଳିକାଙ୍କୁ ପ୍ରବେଶ ଆରମ୍ଭ କରାଯାଇଛି । ଆତ୍ମନିର୍ଭର ଭାରତକୁ ଅଧିକ କ୍ରୀୟାଶୀଳ କରିବାକୁ ଶିକ୍ଷାନୀତି ଅଣାଯାଇଛି । ଇଂଜିନିୟରିଂ କଲେଜରେ ୬ଟି ଭାରତୀୟ ଭାଷାରେ ପଢ଼ା ଆରମ୍ଭ ହୋଇଛି । ସାରା ବିଶ୍ୱରେ ଭାରତରେ ଇଣ୍ଟରନେଟ୍‌ ଶୁଳ୍କ ସବୁଠାରୁ ଶସ୍ତା । ଡିଜିଟାଲ ଇଣ୍ଡିଆ ପାଇଁ ଶସ୍ତା ଇଣ୍ଟରନେଟ ଲାଭଦାୟକ ହେବ । ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୬୩୦ ବିଲିୟନ ଡଲାରକୁ ବୃଦ୍ଧି ପାଇଛି । ବିଶ୍ୱରେ ଭାରତ ଏବେ ଦ୍ରୁତ ବିକଶିତ ଆର୍ଥିକ ଶକ୍ତି ହୋଇପାରିଛି । ବିଶ୍ୱରେ ସର୍ବାଧିକ ମୋବାଇଲ ଉତ୍ପାଦନ ଏବେ ଭାରତରେ ହେଉଛି

hiranchal ad1
Leave A Reply

Your email address will not be published.

two × five =