ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ବ୍ୟାପକ ଅର୍ଥ କାରବାର ଅଭିଯୋଗ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

0 145

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଚଢେଇପଙ୍କ ଗ୍ରାମ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ମହେଶ୍ୱର ନନ୍ଦ ଗତ ୧୮ତାରିଖରେ ସମସ୍ତ କାଗଜପତ୍ର ସହିତ ନିଜର ମନୋନୟନ ପତ୍ର ଦାଖଲ କରିଥିଲେ । ୨୨ ତାରିଖ ଦିନ ପ୍ରାର୍ଥୀପତ୍ର ଯାଞ୍ଚ ପରେ ୫ନମ୍ବର ଫର୍ମ ରେ ଚୁଡାନ୍ତ ପ୍ରାର୍ଥୀ ମାନଙ୍କ ତାଲିକା ପ୍ରସ୍ତୁତ କରାଯାଇ ପ୍ରକାଶ କରାଯାଇଥିଲା । ମହେଶ୍ୱର ନନ୍ଦ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନଥିଲେ ମଧ୍ୟ ତାଙ୍କୁ ଲଢିବା ପାଇଁ କୌଣସି ଚିହ୍ନ ଦିଆଯାଇନଥିବା ବେଳେ ଅନ୍ୟ ପ୍ରାର୍ଥୀଙ୍କୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ଘୋଷଣା କରାଯାଇଛି । କାହା ଚାପରେ ଏମିତି କରାଯାଇଛି ବୋଲି ଆଜି ବିଜେପି ନେତା ବଳଦେବ ପ୍ରସାଦ ବେଦବାକ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି । ଏହାର ତୁରନ୍ତ ତଦନ୍ତ କରିବା ସହିତ ଶ୍ରୀ ନନ୍ଦଙ୍କୁ ନିର୍ବାଚନ ସଂକେତ ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କ ଠାରେ ଆଜି ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ।

hiranchal ad1
Leave A Reply

Your email address will not be published.

17 − three =