ଓଡିଶା ହାଇକୋର୍ଟରେ ବଢିବ ବିଚାରପତିଙ୍କ ସଂଖ୍ୟା

0 54

ନୂଆଦିଲ୍ଲୀ: ୪ଜଣ ଆଡ୍‌ଭୋକେଟ୍‌ଙ୍କୁ ଓଡିଶା ହାଇକୋର୍ଟର ବିଚାରପତି ଭାବେ ଉନ୍ନୀତ କରାଯିବା ପ୍ରସ୍ତାବକୁ ସୁପ୍ରିମ୍‌ କାର୍ଟ କଲିଜିୟମ୍‌ ଅନୁମୋଦନ କରିଛନ୍ତି । ଏ ସଂକ୍ରାନ୍ତରେ ଜାରି ବିବୃତିରୁ ଜଣାପଡିଛି ଯେ,ଜାନୁଆରି ୨୯ ତାରିଖ ଦିନ ସୁପ୍ରିମ୍‌କୋର୍ଟ କଲିଜିୟମ୍‌ର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଓଡିଶା ହାଇକୋର୍ଟରେ ନିଯୁକ୍ତି ପାଇଁ କଲିଜିୟମ୍‌ ଆଡ୍‌ଭୋକେଟ୍‌ ଭି. ନରସିଂହ, ସଞ୍ଜୟ କୁମାର ମିଶ୍ର,ବିରଜା ପ୍ରସନ୍ନ ଶତପଥୀ ଏବଂ ଶ୍ରୀରମନ୍‌ ମୁରାହରି ଓରଫ୍‌ ଏମ୍‌.ଏସ୍‌. ରମନ୍‌ଙ୍କ ନାମ ଅନୁମୋଦନ କରିଛନ୍ତି । ଏହି ନିଯୁକ୍ତି ପ୍ରସ୍ତାବ କାର୍ଯ୍ୟକାରୀ ହେବାପରେ ଓଡିଶା ହାଇକୋର୍ଟର ସମୁଦାୟ ବିଚାରପତି ସଂଖ୍ୟା ୨୨କୁ ବୃଦ୍ଧି ପାଇବ । ଉଲ୍ଲେଖଯୋଗ୍ୟ, ଓଡିଶା ହାଇକୋର୍ଟର ମଞ୍ଜୁରିପ୍ରାପ୍ତ ବିଚାରପତି ସଂଖ୍ୟା ୨୭ ହୋଇଥିବା ବେଳେ ବର୍ତ୍ତମାନ ମୁଖ୍ୟ ବିଚାରପତିଙ୍କୁ ମିଶାଇ ୧୮ ଜଣ ବିଚାରପତି ରହିଛନ୍ତି । ନୂତନ ୪ ଜଣଙ୍କ ଯୋଗଦାନ ପରେ ଏହି ସଂଖ୍ୟା ୨୨କୁ ବୃଦ୍ଧି ପାଇବ ।

hiranchal ad1
Leave A Reply

Your email address will not be published.

10 + 9 =