ଫେବୃଆରୀ ମାସ ପାଇଁ ଆସିଲା ଗାଇଡ଼ଲାଇନ୍

0 172

ଭୁବନେଶ୍ୱର: କରୋନା ମାମଲା ଏବେ କମି କମି ଯାଉଥିବା ବେଳେ ଫେବୃଆରୀ ମାସ ପାଇଁ ଗାଇଡ଼ଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଏହି ଗାଇଡଲାଇନ୍ ଜାରି କରାଯାଇଛି । ନୂଆ ଗାଇଡ଼ଲାଇନ୍ ଅନୁସାରେ, ନାଇଟ୍ କର୍ଫ୍ୟୁ ଅବଧି ପୂର୍ବପରି ରାତି ୧୦ଟାରୁ ଆରମ୍ଭ ହେବ । ରାତି ୧୦ଟାରୁ ପରଦିନ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ରହିବ । ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଲାଗୁହେବ । ସକାଳ ୫ଟାରୁ ରାତି ୧୦ଟା ଯାଏଁ ଖୋଲା ରହିବ ମଲ୍, ରେଷ୍ଟୁରାଣ୍ଟ ଓ ଦୋକାନବଜାର । ନଦୀ ଘାଟ, ସମୁଦ୍ର ତଟରେ ଗହଳି କରି ମାଘ ସପ୍ତମୀ ବୁଡ଼ ପକାଇବା ମନା ହୋଇଛି ।

hiring

ମନ୍ଦିର ଭିତରେ ରୀତିନୀତି ଓ ପରମ୍ପରା ଅନୁସାରେ ପୂଜା ହୋଇପାରିବ । ଏହା ସହିତ ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ କରାଯାଇ ପାରିବ ସରସ୍ୱତୀ ପୂଜା । ସ୍କୁଲ, ଶିକ୍ଷାନୁଷ୍ଠାନ ଛଡ଼ା ଅନ୍ୟ କେଉଁଠି ସରସ୍ୱତୀ ପୂଜାକୁ ମନା କରାଯାଇଛି । ଘରେ ରହି ପରିବାର ସହ ସରସ୍ୱତୀ ପୂଜା ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ସରସ୍ୱତୀ ପୂଜାରେ ସମୂହ ଭୋଜି ଓ ମନୋରଞ୍ଜନ କାର୍ଯ୍ୟକ୍ରମକୁ ମନା କରାଯାଇଛି ।

ପୂର୍ଣ୍ଣ କ୍ଷମତାରେ ଚାଲିବ ସରକାରୀ ଓ ଘରୋଇ ଅଫିସ । କୋଭିଡ ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ ।

hiranchal ad1
Leave A Reply

Your email address will not be published.

twenty − eight =