ଝାରସୁଗୁଡ଼ାରେ କୋଭିଡ୍‌-୧୯ ଚିକିତ୍ସାଳୟ ପାଇଁ ବେଦାନ୍ତ ଲିଃର ଭାଗିଦାରୀ

0 827

ଝାରସୁଗୁଡ଼ା : ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ କରୋନା ପାଇଁ ସ୍ୱତନ୍ତ୍ର ଚିକିତ୍ସାଳୟର ବ୍ୟବସ୍ଥା କରାଯିବ । ଏହି ଦିଗରେ ଝାରସୁୁଗୁଡ଼ାରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍‌-୧୯ ହସ୍ପିଟାଲର ଗଠନ କରାଯିବ, ଯାହାର ପ୍ରସ୍ତୁତି ଓ ପରିଚାଳନା ପାଇଁ ବେଦାନ୍ତ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ସହିତ ହାତ ମିଶାଇଛି । ଏହି ଚିକିତ୍ସାଳୟ ପାଇଁ ବେଦାନ୍ତ ଭେଣ୍ଟିଲେଟରର ଆବଶ୍ୟକୀୟ ବୈଧିକ ଉପକରଣ ଏବଂ ଔଷଧ ସହିତ ଏହି ଚିକିତ୍ସାଳୟକୁ ପରିଚାଳନା ପାଇଁ ଡାକ୍ତର ତଥା ବିଭିନ୍ନ କର୍ମଚାରୀ ମଧ୍ୟ ଯୋଗାଇ ଦେବ । ଏହି ଚିକିତ୍ସାଳୟ ପାଇଁ ବେଦାନ୍ତ ଅଦ୍ୟତା ୬୦୦ଟି ଚଷମା, ୩୦୦୦ଟି ଏନ୍‌-୯୫ ମାସ୍କ, ୩୦୦୦ଟି ତିନିସ୍ତରୀୟ ମାସ୍କ୍‌, ୨୦୦୦ଟି ସର୍ଜିକାଲ୍ ଗାଉନ୍‌, ୩୦୦୦ଟି କରୋନା କିଟ୍‌, ୫ଟି ଅପ୍ଟିମୋ-କମ୍ପ୍ରେସର ନେବୁଲାଇଜର, ୫ଟି ପିଷ୍ଟନ କମ୍ପ୍ରେସର ନେବୁଲାଇଜର, ୬ଟି ଭେଣ୍ଟିଲେଟର, ୧୫୦ଟି ଶଯ୍ୟା, ବେଡ୍‌ସିଟ୍‌, ତକିଆ ଏବଂ ଯଥେଷ୍ଟ ପରିବାରରେ ଆବଶ୍ୟକୀୟ ଔଷଧ ଓ ସାନିଟାଇଜର କିଣି ସାରିଛି । କୋଭିଡ୍‌-୧୯ ବିରୁଦ୍ଧରେ ଚାଲିଥିବା ଏହି ଲଢ଼େଇରେ ବେଦାନ୍ତ ରାଜ୍ୟ ସରକାର ଏବଂ ଓଡ଼ିଶାବାସୀଙ୍କ ସହିତ ଦମ୍ଭଧରି ଛିଡ଼ା ହୋଇଛି ଏବଂ ଝାରସୁଗୁଡ଼ା ଜିଲ୍ଲାର ଏହି କୋଭିଡ୍ ହସ୍ପିଟାଲ ପ୍ରସ୍ତୁତ କରିବାରେ ଆମେ ଜିଲ୍ଲା ପ୍ରଶାସନ ସହିତ ନିବିଡ଼ ଭାବେ କାମ କରୁଛୁ ବୋଲି ବେଦାନ୍ତ ସିଇଓ ଶ୍ରୀ ସିଏନ୍ ସିଂ ମତପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

16 + 14 =