ସୋନପୁରରେ ନବଦିନାତ୍ମକ ଯାତ୍ରା ସାରି ବାହୁଡିଲେ ମହାବାହୁ

0 66

ସୁବର୍ଣ୍ଣପୁର : ଗତକାଲି ବଡ଼ବଜାର ଗୁଣ୍ଡିଚା ମନ୍ଦିରରୁ ବଡ଼ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ତାଙ୍କର ନବଦିନାତ୍ମକ ଲୀଳା ସାରି ସ୍ୱମନ୍ଦିର ଅଭିମୁଖେ ବାହାରି ଗତକାଲି ଘଣ୍ଟ, ଶଙ୍ଖ, ହୁଳହୁଳି ଧ୍ୱନୀରେ ପ୍ରକମ୍ପିତ ହୋଇ ପହଣ୍ଡିରେ ରଥାରୂଢ ହୋଇଥିଲେ । ଗତକାଲି ଶେଷ ସାଂସ୍କୃତିକ କାର୍ଯ୍ୟକ୍ରମରେ ‘ହରି ଓଁ ମେଲୋଡି’ ଅର୍ଚ୍ଚନା ପାଢ଼ୀ ଓ ସାଥିଙ୍କ ଦ୍ୱାରା ଢେର ରାତିଯାଏ ମେଲୋଡି ଚାଲିଥିବା ବେଳେ ଗତକାଲି ଅତିଥି ଭାବରେ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ଓ ଅବକାରୀ ନିରୀକ୍ଷିକା ସୁମତି ତ୍ରିପାଠୀ ଯୋଗ ଦେଇଥିଲେ । ପରମ୍ପରା ଅନୁସାରେ ଗତକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କର ପହଣ୍ଡି ପରେ ରଥ ଉପରେ ହିଁ ରହିଥିଲେ ଶ୍ରୀଜିଉ । ଆଜି ବଡ଼ ଏକାଦଶୀ ଯୋଗୁଁ ତିନି ଠାକୁରଙ୍କ ପାଖରେ ଶ୍ରଦ୍ଧାଳୁଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଚାଲୁ ରହିଥିବା ବେଳେ ଆଜି ଅପରାହ୍ନରେ ଭକ୍ତଙ୍କ ଦ୍ୱାରା ତିନି ବଡ଼ରଥ ଟଣାହୋଇ ଦୁର୍ଗା ମଣ୍ଡପ ଛକରେ ରଖାଯାଇଛି । ଆସନ୍ତାକାଲି ମଝିପଡାରେ ତିନିଠାକୁରଙ୍କ ରଥ ଉପରେ ଅବସ୍ଥାନ ପରେ ତା’ ପର ଦିନ ଶନିବାର ସ୍ୱମନ୍ଦିରକୁ ନିଳାଦ୍ରୀବିଜେ କରିବା କାର୍ଯ୍ୟକ୍ରମ ରହିଛି । ଗତକାଲି ମହାପ୍ରଭୁଙ୍କ ଦର୍ଶନ ଲାଗି ହଜାର ହଜାର ଭକ୍ତଙ୍କ ଭିଡ଼ ହୋଇଥିବା ବେଳେ ସଂସ୍କୃତିକ କାର୍ଯ୍ୟକ୍ରମର ଉଦଯାପନୀ ସନ୍ଧ୍ୟାର ଅତିଥି ଅବକାରୀ ଅଧିକ୍ଷୀକା ଶ୍ରୀମତୀ ତ୍ରିପାଠୀଙ୍କ ଜଗନ୍ନାଥ ଭଜନ ସଂଗୀତ ଓ ପ୍ରସିଦ୍ଧ ଗାୟିକା ଅର୍ଚ୍ଚନା ପାଢ଼ୀଙ୍କ ସୁମଧୁର କଣ୍ଠ ସଂଗୀତ ଦର୍ଶକଙ୍କୁ ବିମୋହିତ କରିଥିଲା । ସେହିପରି ଗତକାଲି ମଝିପଡ଼ା ମାଉସୀ ମନ୍ଦିର ସମ୍ମୁଖରେ ଅଟକିଥିବା ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥ ଆଜି ଘୋଡାଘାଟପଡା ଶ୍ରୀ ଦଧିବାମନ ମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି । ସେହିପରି ବୃନ୍ଦାବନ ବିହାରୀ ଜଗନ୍ନାଥଙ୍କ ସ୍ୱମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଥନାପତି ପଡା ଠାରେ ପ୍ରଭୁ ଜଗନ୍ନାଥଙ୍କ ରଥ ରହିଛି ।

hiranchal ad1
Leave A Reply

Your email address will not be published.

two × 1 =