୪ରେ ପୁଣି ଲଘୁଚାପ ସମ୍ଭାବନା

0 55

ଭୁବନେଶ୍ୱର: ଆସନ୍ତା ୪ ତାରିଖବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ୩ରୁ ବର୍ଷା ବଢ଼ିପାରେ । ଭାରତୀୟ ପାଣିପାଗ ବିଭାଗର (ଆଇଏମ୍‌ଡି)ର ବିସ୍ତାରିତ ପୂର୍ବାନୁମାନରେ ଲଘୁଚାପ ସମ୍ଭାବନା ନେଇ ସୂଚନା ଦିଆଯାଇଛି ।ଅନୁମାନ କରାଯାଉଛି, ୩ ତାରିଖରୁ ହିଁ ରାଜ୍ୟରେ ବର୍ଷା ବଢ଼ିପାରେ । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶାରେ ବେଶି ବର୍ଷା ହେବ । ଏହାସହ ଦକ୍ଷିଣ ଓଡ଼ିଶାରେ ମଧ୍ୟ ବର୍ଷା ଅଧିକ ରହିପାରେ । ୨/୩ ଦିନ ଧରି ବର୍ଷା ପ୍ରଭାବ ରହିବା ସମ୍ଭାବନା ଅଛି । ପୂର୍ବରୁ ଗତ ୨୫ ତାରିଖରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ୨/୩ ଦିନ ପ୍ରବଳ ବର୍ଷା ହୋଇଥିଲା ।

hiring

ଚଳିତବର୍ଷ ମୌସୁମୀ ରାଜ୍ୟକୁ ପ୍ରାୟ ୧୦ ଦିନ ବିଳମ୍ବରେ ଆସିଥିଲା । ଜୁନ୍‌ ପହିଲାରୁ ଏଯାଏଁ ରାଜ୍ୟରେ ହାରାହାରି ୧୬୧.୧ ମିଲିମିଟର ବର୍ଷା ହୋଇଛି, ଯାହାକି ସ୍ୱାଭାବିକ ତୁଳନାରେ ୨୦% କମ୍‌ । ୨୧ଟି ଜିଲ୍ଲାରେ ଏଯାଏଁ ବର୍ଷା ପରିମାଣ ନିଅଣ୍ଟିଆ ରହିଛି । 

hiranchal ad1
Leave A Reply

Your email address will not be published.

two × five =